Home / ସଂସ୍କୃତି ଓ ପରମ୍ପରା / ଅସ୍ତରଙ୍ଗ ପୀର ଜାହାନିଆଁ ବେଳା ଭୂମିରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

ଅସ୍ତରଙ୍ଗ ପୀର ଜାହାନିଆଁ ବେଳା ଭୂମିରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

baloyatra

କାକଟପୁର 29/11(ତୁଷାର ଦୀକ୍ଷିତ ) ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନସ୍ତ ପିର ଜାହାନିଆଁ ବେଳାଭୂମି ଠାରେ,ଓଡ଼ିଆ ଭାଷା ସାହିତ୍ୟ,ସଂସ୍କୃତି ବିଭାଗ ଓ ବେଳାଭୂମି ସାହିତ୍ୟ ସଂସଦ ସହ ବେଳାଭୂମି ମହୋତ୍ସବ ର ମିଳିତ ଆନୁକୁଲ୍ୟରେ ସୋମବାର ଦିନ ସକାଳ ସମୟରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । କାଠ ରେ ନିର୍ମିତ ଏକ ଶୁ ସଜିତ ନୌକାକୁ ପୀର ବେଳାଭୂମି ସଲଗ୍ନ ଏକ ବିଶାଳ ପୋଖରୀ ରେ ପୂଜା ର୍ଚ୍ଚନା କରାଯାଇ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ସରସ୍ଵତୀ ସ୍ବାଇଁ , ବେଳାଭୂମି ସାହିତ୍ୟ ସଂସଦ ସଂପାଦକ ଦୁଃଶାସନ ନାୟକ,ସଂଯୋଜକ ଶୋଭାକର ବେହେରା,ବେଳାଭୂମି ମହୋତ୍ସବ ର କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ନାୟକ, ଛୁରିଆନା ସରପଞ୍ଚ କ୍ଷରୋଦ କୁମାର କାଣ୍ଡି , ସମିତି ସଭ୍ୟ ବିମ୍ବାଧର ବିଶ୍ଵାଳ,ସମାଜସେବୀ ଉଲ୍ଲାସ ନାୟକ,ଅସ୍ତରଙ୍ଗ ଥାନାଧିକାରୀ ରାକେଶ ବଳୀଆରସିଂ,ସବ୍ ଇନ୍ସପେକଟର ସଂଗ୍ରାମ ସ୍ବାଇଁ, ଶିକ୍ଷାବିତ,ବିଜୟ କୁମାର ଭଟ ପ୍ରଭୁତି ଉପସ୍ଥିତ ରହି,ଧୂପ ଦୀପ,ଫୁଲମାଳ ଆଦି ନବ ନିର୍ମିତ ନୌକା ରେ ଦେଇ ପୂଜାର୍ଚ୍ଚନା କରିବା ପରେ ନୀଳ ଜଳ ରାଶି ରେ ସ୍ଥାୟୀ ଭାବେ ଦର୍ଶକ ଙ୍କ ଉପଭୋଗ ନିମନ୍ତେ ରଖା ଯାଇଥିଲା,ଏହି କାର୍ଯ୍ୟକ୍ରମ ରେ ଆଖ ପାଖ ଅଞ୍ଚଳର ବହୁ ଜନତା ଉପସ୍ଥିତ ଥିବାର ଦେଖା ଯାଇଥିଲା

SPREAD YOUR LOVE WITH YOUR FRIENDS AND FAMILY

Leave a Reply