Home / ମୁଖ୍ୟ ଖବର / ଅସ୍ତରଙ୍ଗ ବେଳାଭୂମି ସଫେଇ କାର୍ଯ୍ୟରେ ସାମିଲ ହେଲେ ବେଳା ଭୂମି ସାହିତ୍ୟ ସଂସଦ ର କର୍ମକର୍ତା !

ଅସ୍ତରଙ୍ଗ ବେଳାଭୂମି ସଫେଇ କାର୍ଯ୍ୟରେ ସାମିଲ ହେଲେ ବେଳା ଭୂମି ସାହିତ୍ୟ ସଂସଦ ର କର୍ମକର୍ତା !

jahania

କାକଟପୁର 3/12 ଅସ୍ତରଙ୍ଗ ପୀର ଜାହାନିଆଁ ବାଲିଯାତ୍ରା ଓ ଅସ୍ତରଙ୍ଗ ବେଳାଭୂମି ମହୋତ୍ସବ ସଫଳ ପରିସମାପ୍ତି ପରେ ଆଜି ପୀର ଜାହାନିଆଁ ପୀଠ ଓ ତତ୍ ସଂଲଗ୍ନ ବେଳାଭୂମିରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଛୁରିଅନା ମହିଳା ମହାସଂଘର ସଭାନେତ୍ରୀ ଶ୍ରୀମତୀ ବନପ୍ରିୟା ବାରିକଙ୍କ ନେତୃତ୍ୱରେ ପ୍ରାୟ ୮୦ ଜଣ ମହିଳା , ସ୍ୱାଦ-ଏକ୍ରିକ୍ ପ୍ରକଳ୍ପର କର୍ମକର୍ତ୍ତାଙ୍କ ସହ ଜଳବାୟୁ ପରିବର୍ତ୍ତନ ସାଥି ସମୁହ ତଥା ବିଭିର୍ଣ୍ଣ ମହିଳା ସ୍ୱୟଂ ସେବକ ଗୋଷ୍ଠୀ ସମୁହର ସଭ୍ୟା, ଅସ୍ତରଙ୍ଗ ବେଳାଭୂମି ମହାସଂଘ, ପୀର ଜାହାନିଆଁର ସମସ୍ତ କର୍ମକର୍ତ୍ତା, ଅସ୍ତରଙ୍ଗ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକାଙ୍କ ସହ ପ୍ରାୟ୧୦୦ରୁ ଉର୍ଦ୍ଧ ଛାତ୍ର/ଛାତ୍ରୀ, ସ୍ଥାନୀୟ ସାମ୍ବାଦିକ ବନ୍ଧୁ, ଶ୍ରୀମତୀ ଚାରୂଲତା ବିଶ୍ବାଳଙ୍କ ନେତୃତ୍ୱରେ ଗୁଣ୍ଡଳବା ବନ ସୁରକ୍ଷା ସମିତିର ସଭ୍ୟା ବୃନ୍ଦ ଏବଂ ଛୁରିଅନା ସରପଞ୍ଚ ଶ୍ରୀଯୁକ୍ତ କ୍ଷୀରୋଦ କାଣ୍ଡି ଓ ସମିତି ସଭ୍ୟ ଶ୍ରୀଯୁକ୍ତ ବିମ୍ବାଧର ବିଶ୍ବାଳଙ୍କ ନେତୃତ୍ୱରେ ପଞ୍ଚାୟତର ସମସ୍ତ ନିର୍ବାଚିତ ୱାର୍ଡ ସଭ୍ୟ/ସଭ୍ୟା ଯୋଗ ଦେଇ ସଫେଇ କାର୍ଯ୍ୟକୁ ପରିଚାଳନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା “ଅସ୍ତରଙ୍ଗ ବେଳାଭୂମି ମହୋତ୍ସବ , ପୀର
ଜାହାନିଆଁ” ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସ୍ୱାଧୀନ କୁମାର ନାୟକ , ୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସରସ୍ୱତୀ ସ୍ୱାଇଁ, ପ୍ରଶାନ୍ତ କୁମାର ନାୟକ, ମନ୍ତ୍ରୀଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଭୀମସେନ ସ୍ୱାଇଁ, ଜଗତସିଂହପୁର ସାଂସଦଙ୍କ ଅସ୍ତରଙ୍ଗ ପ୍ରତିନିଧି ଚମ୍ପକ ବାରିକ, ପୁରୀ ନିମାପଡା ସମବାୟ ବ୍ୟାଙ୍କର ଅନ୍ୟତମ ନିର୍ଦ୍ଧେଶକ ଶ୍ରୀଯୁକ୍ତ କୁଞ୍ଜ ବିହାରୀ ପ୍ରଧାନ , ବେଳାଭୂମି ସାହିତ୍ୟ ସଂସଦର ସମ୍ପାଦକ ଦୁଃଶାସନ ନାୟକ ଓ କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଏହି ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅନୁଷ୍ଠାନର ମୂଖ୍ୟ ସଂଯୋଜକ ଶ୍ରୀ ଶୋଭାକର ବେହେରା ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply