Home / ମୁଖ୍ୟ ଖବର / ଦେବ ଦୀପାବଳୀ ରେ ଓଡିଶାର ସମସ୍ତ ମନ୍ଦିରରେ ଜଳିବ ଦୀପ

ଦେବ ଦୀପାବଳୀ ରେ ଓଡିଶାର ସମସ୍ତ ମନ୍ଦିରରେ ଜଳିବ ଦୀପ

408682092 2478498422328421 5827273821596231438 n

ପୁରୀ ଛତିଶା ନିଯୋଗର ନିମନ୍ତ୍ରଣ ରେ ଏକାଠି ହେଲେ ଓଡିଶାର ସେବାୟତ
ଆସନ୍ତା ୧୩ ତାରିଖ ଦେବ ଦୀପାବଳୀ ଅବସରରେ ଓଡିଶାର ସମସ୍ତ ମନ୍ଦିରରେ ଜଳିବ ଦୀପ

ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ସେବାୟତଙ୍କ ନିମନ୍ତ୍ରଣ ରେ ଆଜି ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ନିମନ୍ତେ ଓଡ଼ିଶା ମନ୍ଦିର ସେବାୟତ ସଙ୍ଘର ସଦସ୍ୟ ତଥା ଓଡିଶାର ବିଭିନ୍ନ ମନ୍ଦିରର ସେବାୟତ ଆଜି ପୁରୀରେ ଏକାଠି ହୋଇଛନ୍ତି।
ପୁରୀ ଗଙ୍ଗାମାତା ମଠ ଠାରେ ଶ୍ରୀମନ୍ଦିର ଛତିଶା ନିଯୋଗର ନାୟକ ଶ୍ରୀଯୁକ୍ତ ଜନାର୍ଦ୍ଦନ ପାଟଯୋଷି ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକର ଆଲୋଚନାର ବିଷୟ କ୍ରମରେ  ପୁରୀ ଶ୍ରୀମନ୍ଦିର ଏବଂ ଓଡ଼ିଶାର ପ୍ରତ୍ୱେକ ମନ୍ଦିରରେ କିପରି ଦେବ ଦୀପାବଳୀ ଉତ୍ସବ ପାଳନ ହେବ, ଓଡ଼ିଶାର ପ୍ରତ୍ବେକ ଜିଲ୍ଲାରେ ସଂଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହେବ ଏଵଂ  ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଶୁଭ ଉଦ୍ଘାଟନ ଉତ୍ସବ କିପରି ଭବ୍ୟ ଏବଂ ଜାକଜମକରେ ପାଳନ ହେବ ସେହି ବିଷୟରେ ଆଲୋଚନା କରାଯାଇଥିଲା।
ସଭିଙ୍କ ସହମତି ରେ ନିଷ୍ପତ୍ତି ନିଆଗଲା ଯେ ଆସନ୍ତା ୧୧ ତାରିଖ ଦିନ ପୁରୀ ଶ୍ରୀମନ୍ଦିରରେ ମହା ଆଡମ୍ୱର ସହକାରେ ପାଳନ କରାଯିବା ସହ ୧୩ ତାରିଖ ଦିନ ଓଡିଶାର ସମସ୍ତ ମନ୍ଦିରରେ ଦୀପଦାନ କରାଯିବ।
ଏହି ଅବସରରେ ଓଡିଶା ମନ୍ଦିର ସେବାୟତ ସଙ୍ଘ ସଭାପତି କାମେଶ୍ୱର ତ୍ରୀପାଠୀ ଏବଂ ସମ୍ପାଦକ ସିଂହାରୀ ଆଲୋକ ଖୁଣ୍ଟିଆ ଓଡ଼ିଶାର ସମସ୍ତ ମନ୍ଦିର ରେ ଆସନ୍ତା ୧୩ ତାରିଖ ଦିନ ସମବେତ ଦୀପଦାନ କରିବାକୁ ଓଡ଼ିଶା ବାସୀଙ୍କୁ ନିବେଦନ କରିଛନ୍ତି।
ଆଜିର ବୈଠକ ରେ ପୁରୀ ଶ୍ରୀମନ୍ଦିର ସେବାୟତ, ଆଲାରନାଥ ମନ୍ଦିର ସେବାୟତ,ସାକ୍ଷୀଗୋପାଳ ମନ୍ଦିର ସେବାୟତ, କାକଟ ପୁର ମନ୍ଦିର ସେବାୟତ, ବାରିପଦା ଜଗନ୍ନାଥ ମନ୍ଦିର ସେବାୟତ, ଯାଜପୁର ବିରଜା ମନ୍ଦିର ସେବାୟତ, ଶ୍ରୀଗୋପାଳ ମନ୍ଦିର ସେବାୟତ, ଆଖଣ୍ଡଳମଣି ମନ୍ଦିର ସେବାୟତ, ନିଳଗିରି ଜଗନ୍ନାଥ ମନ୍ଦିର ସେବାୟତ ,ଶିରୁଳୀ ମହାବୀର ମନ୍ଦିର ସେବାୟତ,ପ୍ରମୁଖ ସାମିଲ୍ ହୋଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply