Home / ମୁଖ୍ୟ ଖବର / ଖେଲୋ ଇଣ୍ଡିଆ ପାରା ଗେମ୍ସ ରେ ସ୍ଵର୍ଣ୍ଣ ପଦକରେ ହ୍ୟାଟ୍ରିକ ମାରିଲେ ସତ୍ୟବାଦୀ ର ସୁନା ଝିଅ ଜୟନ୍ତୀ

ଖେଲୋ ଇଣ୍ଡିଆ ପାରା ଗେମ୍ସ ରେ ସ୍ଵର୍ଣ୍ଣ ପଦକରେ ହ୍ୟାଟ୍ରିକ ମାରିଲେ ସତ୍ୟବାଦୀ ର ସୁନା ଝିଅ ଜୟନ୍ତୀ

paragame

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ‘ଖେଲୋ ଇଣ୍ଡିଆ ପାରା ଗେମ୍ସ୍’ ଆୟୋଜିତ ହେଉଛି । ଦିଲ୍ଲୀରେ ଡିସେମ୍ବର ୧୦ରୁ ୧୭ ପର୍ଯ୍ୟନ୍ତ ଏହି ଖେଳ ଆୟୋଜିତ ହେବ । ଏହି ଖେଳରେ ୩୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରୁ ୧୩୫୦ରୁ ଉଦ୍ଧ୍ୱର୍ ଖେଳାଳୀ ଅଂଶଗ୍ରହଣ କରିଛନ୍ତି ।
‘ସ୍ପୋର୍ଟ୍ସ ଅଥୋରିଟି ଅଫ୍ ଇଣ୍ଡିଆ’ର ୩ଟି ଷ୍ଟାଡ଼ିୟମ ଯଥା ଆଇଜି ଷ୍ଟାଡିୟମ, ତୁଗଲକାବାଗ୍ ଶୁଟିଂ ରେଞ୍ଜ ଏବଂ ଜବାହରଲାଲ ନେହେରୁ ଷ୍ଟାଡ଼ିୟମରେ ଏହି କ୍ରିଡ଼ା ଖେଳାଯିବ । ଏହି କ୍ରୀଡ଼ାରେ ମୋଟ୍ ୭ଟି ଇଭେଣ୍ଟ ଖେଳାଯିବ ଯଥା ପାରା ଏଥଲେଟିକ୍ସ, ପାରା ସୁଟିଙ୍ଗ୍, ପାରା ତୀରନ୍ଦାଜ, ପାରା ଫୁଟବଲ, ପାରା ବ୍ୟାଡମିଣ୍ଟନ୍, ପାରା ଟେବୁଲ ଟେନିସ୍ ଏବଂ ପାରା ଭାରୋତ୍ତଳନ ।

ଏହି ପ୍ରତିଯୋଗିତାରେ ଓଡ଼ିଶାର ପାରା ଆଥଲେଟ ତଥା ସତ୍ୟବାଦୀ ର ଝିଅ ଜୟନ୍ତୀ ବେହେରା ମହିଳା ୧୦୦ମିଟର,୨୦୦ ମିଟର ଏବଂ ୪୦୦ ମିଟର ଦୌଡ଼ ବର୍ଗରେ କ୍ରମାଗତ ତିନୋଟି ସ୍ୱର୍ଣ୍ଣ ପଦକ ହାସଲ କରିବା ସହିତ ହ୍ୟାଟ୍ରିକ ମାରି ଓଡ଼ିଶା ଏବଂ ସତ୍ୟବାଦୀ ପାଇଁ ସୁନାମ ଅର୍ଜନ କରିଛନ୍ତି ।
ତାସହିତ  ଥାଇଲ୍ୟାଣ୍ଡ ଠାରେ ଅନୁଷ୍ଟିତ ହୋଇଯାଇଥିବା ବିଶ୍ବ ପାରା ଗେମ୍ସ ୨୦୨୩ ରେ ମହିଳା ଦୌଡ ବର୍ଗର ୧୦୦ମିଟର ରେ ବ୍ରୋଞ୍ଜ,୨୦୦ ମିଟର ରେ ବ୍ରୋଞ୍ ଏବଂ ୪୦୦ ମିଟର ରେ ରୌପ୍ୟ ପଦକ ହାସଲ କରି ଦେଶ ପାଇଁ ସୁନାମ ଅର୍ଜନ କରିଛନ୍ତି। ଏହି ସଫଳତା ପାଇଁ ଜୟନ୍ତି ଙ୍କୁ ଏବଂ କୋଚ୍ ବିଷ୍ଣୁ ପ୍ରସାଦ ମିଶ୍ର ଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଛି।
ଆସନ୍ତା ୧୪ ତାରିଖରେ ଜୟନ୍ତୀ ଜନ୍ମ ମାଟି ସତ୍ୟବାଦୀକୁ ଫେରୁଥିବାରୁ ସେଠାରେ ତାଙ୍କୁ ଆଥଲେଟିକ୍ ଗୁରୁକୁଳ ଏବଂ କ୍ଲବ୍ ସତ୍ୟବାଦୀ ତରଫରୁ ଭବ୍ୟ ସ୍ଵାଗତ ପାଇଁ ପ୍ରସ୍ତୁତି ଚାଲିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply