ସତ୍ୟବାଦୀ ବ୍ଲକ ନୂଆ ସୋମେଶ୍ୱର ପୁର ପଞ୍ଚାୟତର ପୁରୁଣା ସୋମେଶ୍ୱରପୁର ଗ୍ରାମ ଠାରେ ବକୁଳବନ ମହୋତ୍ସବ କମିଟି ତରଫରୁ ଶତାଧିକ ଦିବ୍ୟାଙ୍ଗ ଏବଂ ଗରିବ ଶ୍ରେଣୀର ଲୋକମାନଙ୍କୁ ସିତ ଦାଉରୁ ରକ୍ଷା ପାଇବା ପାଇଁ କମ୍ବଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ମୁଖ୍ୟ ଅତିଥି ଡାକ୍ତର ପ୍ରସନ୍ନ ପାଟ୍ଟଶାଣୀ , ସମ୍ମାନିତ ଅତିଥି ସଂଧ୍ୟାବତି ପ୍ରଧାନ (ପୂର୍ବତନ ଶିଶୁ କଲ୍ୟାଣ ବିଭାଗ ଓଡିଶା), ମୌସୁମୀ ମହାପାତ୍ର(ABVO, SATYABADI),ରୂପକ କୁମାର ବିହାରା(ସମାଜସେବୀ), କବି ସଚିକାନ୍ତ ବିଶ୍ୱାଳ, ସଙ୍କଳ୍ପ ମିଶ୍ର । କବି ପ୍ରସନ୍ନ ପାଟ୍ଟଶାଣୀ ନିଜ ହସ୍ତ ରେ ସମସ୍ତ ଜନତାଙ୍କୁ କମ୍ବଳ ବଣ୍ଟନ କରିବା ସହିତ ଶୀତ ଦିନେ କିପରି ସୁରକ୍ଷିତ ରହିପାରିବ ସେ ବିଷୟରେ ସଚେତନତା କରିଥିଲେ। ଏହା ନେଇ ଉପସ୍ଥିତ ଜନତା ଖୁସିଥିବା କହିବା ସହିତ କମିଟିର ମଙ୍ଗଳ କାମନା କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ସାଧୁଚରଣ ବେହେରା ସଂଯୋଜନା କରିଥିବା ବେଳେ ବକୁଳବନ ମହୋତ୍ସବ କମିଟି ର ସମ୍ପାଦକ ଯଯାତି କେଶରୀ ରାୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Social Icons
Featured Posts











