Home / ସଂସ୍କୃତି ଓ ପରମ୍ପରା / “ମହେଶ୍ବର ଭାଇ ସ୍ମୃତି ସମ୍ମାନରେ” ସମ୍ମାନିତ ହେଲେ ଜୟଦୀପ କର୍ମାକର

“ମହେଶ୍ବର ଭାଇ ସ୍ମୃତି ସମ୍ମାନରେ” ସମ୍ମାନିତ ହେଲେ ଜୟଦୀପ କର୍ମାକର

maheswarbhai

କେନ୍ଦୁଝର ଜିଲ୍ଲା, ମାଇନିଙ୍ଗ ରୋଡ଼ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନ ପରିଷର ରେ, ଶ୍ରୀଯୁକ୍ତ ଦାଶରଥି ମିଶ୍ରଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି ୪୨ ତମ ବାର୍ଷିକ ସାଂସ୍କୃତିକ ଉତ୍ସବ ୨୦୨୩। ସମ୍ମାନିତ ଅତିଥି ଭାବେ , ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ର ମୁଖ୍ୟ ପ୍ରବନ୍ଧକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାମଲ, ଓ ମୁଖ୍ୟ ବକ୍ତା ଭାବେ ଧରଣୀଧର ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପକ ଶ୍ରୀଯୁକ୍ତ ସୁଦ୍ଧା ଦାଶ ଏହି ଉତ୍ସବରେ ଯୋଗଦାନ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସୁଦ୍ଧା ଦାଶ , ଶ୍ରୀ ଅରବିନ୍ଦ ଙ୍କ ଦର୍ଶନ ତତ୍ଵ ଆଲୋଚନା କରିବା ସହିତ ପିଲା ମାନଙ୍କୁ ତାଙ୍କ ଆଦର୍ଶକୁ ଗ୍ରହଣ କରିବା ସହିତ ଭଲ ଛାତ୍ରଟିଏ ହୋଇ ଦେଶର କାମ କରିବାକୁ ଉପଦେଶ ଦେଇଥିଲେ।

ଏହି ଉତ୍ସବରେ ବିଦ୍ୟାଳୟର ବାର୍ଷିକ ବିଜ୍ଞାନମେଳା, କ୍ରୀଡା ଓ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରଯାଇଥିଲା। ଏହି ଉତ୍ସବରେ, ସ୍କୁଲ ର କୁନି କୁନି ପିଲାଙ୍କ ପ୍ରତି ଗଭୀର ଆତ୍ମୀୟତା, ଉଚମାନର ଶିକ୍ଷାଦାନ, ସ୍କୁଲ ପ୍ରତି ନିଜର ଅନନ୍ୟ ନିଷ୍ଠା ଓ କର୍ତବ୍ୟପରାୟଣତା ତଥା ପିଲାଙ୍କ ଭିତରେ ସୃଷ୍ଟି କରିଥିବା ସୃଜନଶୀଳତା ପାଇଁ, ଶ୍ରୀଯୁକ୍ତ ଦୋଳଗୋବିନ୍ଦ ପରିଡା ଓ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ମିଶ୍ରଙ୍କୁ “ଆଦର୍ଶ ଶିକ୍ଷାବିତ” ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଏହି ଉତ୍ସବରେ ପୂର୍ବ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ କୃତୀ ଛାତ୍ର ଶ୍ରୀମାନ ଜୟଦୀପ କର୍ମାକର ଙ୍କୁ ନିଜର କୃତିତ୍ଵ ତଥା ସୃଜନଶୀଳତା ପାଇଁ “ପ୍ରତ୍ୟାବର୍ତ୍ତନ” ଦ୍ଵାରା “ମହେଶ୍ଵର ଭାଇ ସ୍ମୃତି ସମ୍ମାନରେ” ମହେଶ୍ବର ଭାଇଙ୍କ ସହଧର୍ମିଣୀ ଭାରତୀ ମହାକୁଡ ଙ୍କ ହାତରେ ସମ୍ମାନିତ କରାଯାଇଥିଲା ।

ବାର୍ଷିକ ଉତ୍ସବ ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କର ଆକର୍ଷଣୀୟ ନୃତ୍ୟ ପରିବେଷଣ ଉଚ୍ଚକୋଟୀର ଥିଲା। ଆଧ୍ୟାତ୍ମିକ ତଥା ଓଡ଼ିଶା ର କଳା ଓ ସଂସ୍କୃତି ର ଝଲକ ସେମାନଙ୍କର ନୃତ୍ୟରେ ଦେଖିବାକୁ ମିଳିଥିଲା ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply