Home / ମୁଖ୍ୟ ଖବର / ନିଶାମୁକ୍ତ ଭାରତ ଅଭିଯାନ: ପୁରୀ ପୋଲିସର ସଚେତନତା କାର୍ଯ୍ୟକ୍ରମ

ନିଶାମୁକ୍ତ ଭାରତ ଅଭିଯାନ: ପୁରୀ ପୋଲିସର ସଚେତନତା କାର୍ଯ୍ୟକ୍ରମ

ପୁରୀ: ୨୦/୮/୨୦୨୬ ନିଶାମୁକ୍ତ ସମାଜ ଗଠନ ଏବଂ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟରୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଆଜି ପୁରୀ ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପୁରୀ ଜିଲ୍ଲାର ସମସ୍ତ ଥାନାର ଅଧିକାରୀମାନେ ନିଜ ନିଜ ଅଞ୍ଚଳର ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ନିଶାଦ୍ରବ୍ୟ ସେବନର କୁପରିଣାମ ସମ୍ପର୍କରେ ସଚେତନ କରିଥିଲେ। ନିଶାରୁ ଦୂରେଇ ରହିବା ସହିତ ନିଜ ପରିବାରର ସଦସ୍ୟ, ବନ୍ଧୁ ଓ ସମାଜର ଅନ୍ୟମାନଙ୍କୁ ମଧ୍ୟ ନିଶା ବିରୋଧରେ ସଚେତନ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରାଯାଇଥିଲା। ନିଶାମୁକ୍ତ ଯୁବପିଢ଼ି ହିଁ ଏକ ସୁସ୍ଥ, ସୁରକ୍ଷିତ ଓ ଶୃଙ୍ଖଳିତ ସମାଜର ମୂଳଦୁଆ। ତେଣୁ ନିଜେ ନିଶାରୁ ଦୂରେଇ ରହିବା ସହିତ ଅନ୍ୟମାନଙ୍କୁ ମଧ୍ୟ ନିଶା ଛାଡ଼ିବା ପାଇଁ ପ୍ରେରିତ କରିବାକୁ ପୁରୀ ପୋଲିସ ପକ୍ଷରୁ ଆହ୍ୱାନ କରାଯାଇଛି। ପୁରୀ ଏସ୍‌ପି ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ପୋଲିସ କର୍ମଚାରୀ ଓ ଥାନା ଅଧିକାରୀମାନେ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ନିଶା ବିରୋଧୀ ସଚେତନତାକୁ ଆହୁରି ବ୍ୟାପକ କରୁଛନ୍ତି। ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ପୁରୀ ପୋଲିସର ଏହି ସଚେତନତା ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply