Home / ମୁଖ୍ୟ ଖବର / ଗ୍ରାମୀଣ ସେବା ଟ୍ରଷ୍ଟ ପକ୍ଷରୁ ବେଳାଭୂମି ସଫେଇ ସହିତ ଛାତ୍ରଛାତ୍ରୀଙ୍କୁ ଖାତା ବହି ବଣ୍ଟନ

ଗ୍ରାମୀଣ ସେବା ଟ୍ରଷ୍ଟ ପକ୍ଷରୁ ବେଳାଭୂମି ସଫେଇ ସହିତ ଛାତ୍ରଛାତ୍ରୀଙ୍କୁ ଖାତା ବହି ବଣ୍ଟନ

sevatrust

କାକଟପୁର (ତୁଷାର ଦୀକ୍ଷିତ ) ୨୧/୧୨ : ଗ୍ରାମୀଣ ସେବା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କାକଟପୁର ବ୍ଲକ ଅନ୍ତର୍ଗତ ସିଂହରପାଳ ବେଳାଭୂମିକୁ ମା ବାଟୁଳେଇ ପାଠଶାଳାର ଶତାଧିକ ଛାତ୍ରଛାତ୍ରୀ ଓ ଟ୍ରଷ୍ଟ ସଦସ୍ୟଙ୍କ ସହଯୋଗରେ ସଫେଇ କରାଯାଇଛି । ସମୁଦ୍ର ପାଣିରେ ବିଭିର୍ଣ ପ୍ରକାରର ଅଳିଆ ବର୍ଜ୍ୟବସ୍ତୁ ଭାସି ଆସିବା କାରଣରୁ ସମୁଦ୍ରକୂଳର ସ୍ୱଚ୍ଛତା ନଷ୍ଟ ହେବା ସହିତ ବେଳାଭୂମିର ସୁନ୍ଦର ପରିବେଶ ଖରାପ ହୋଇଯାଇଥାଏ । ଅନେକ ସମୟରେ ନିକଟସ୍ଥ ହେଉ ବା ଦୁରଦୂରନ୍ତା ଅଞ୍ଚଳରୁ ଆସି ବୁଲିବା ସହିତ ଭୋଜି କରି ବେଳାଭୂମିରେ ଗାଧେଇବାର ମଜା ନେଇଥାନ୍ତି ପର୍ଯ୍ୟଟକ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସିଂହରପାଳ ବେଳାଭୂମି କୁ ସୁନ୍ଦର ସ୍ଵଛତା ରଖିବା ପାଇଁ ଏକ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ, ସ୍ଥାନୀୟ ଲୋକଙ୍କ ସହିତ ପରିବେଶ ସୁରକ୍ଷା , ବେଳାଭୂମି ସ୍ଵଛତା ବିଷୟରେ ଆଲୋଚନା ମଧ୍ୟ ହୋଇଥିଲା । ମା ବାଟୁଳେଇ ପାଠଶାଳାର ମୁଖ୍ୟ ପରିଚାଳକ ସୁବ୍ରତ କୁମାର ସ୍ୱାଇଁ ଙ୍କ ସହଯୋଗରେ ଏ ସଫେଇ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବରେ ସଫଳ ହୋଇଥିବାରୁ ଗ୍ରାମୀଣ ସେବା ଟ୍ରଷ୍ଟ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯିବା ସହିତ ପାଠଶାଳାର ଶତାଧିକ ଛାତ୍ରଛାତ୍ରୀମାନେ ଏପରି ସମାଜସେବା କାର୍ଯ୍ୟପାଇଁ ବହୁତ ଉତ୍ସାହିତ ଥିବା ହେତୁ, ଛାତ୍ରଛାତ୍ରୀଙ୍କୁ ଖାତା ବହି ସହିତ ମିଠା ପ୍ୟାକେଟ ବଣ୍ଟନ କରାଯାଇଥିଲା । ଏ ପରିପ୍ରେକ୍ଷୀରେ ସିଂହରପାଳ ବେଳାଭୂମି କୁ ଭେଳାଭୂମିର ମାନ୍ୟତା ଦେବା ସହିତ, ଏହାର ସୁରକ୍ଷା ଓ ସ୍ୱଚ୍ଛତା ଉପରେ ସରକାରଙ୍କ ଟିକେ ଗମ୍ଭୀରତା ସହିତ ଦୃଷ୍ଟିପାତ କରନ୍ତୁ ବୋଲି, ଗ୍ରାମୀଣ ସେବା ଟ୍ରଷ୍ଟର ପରିଚାଳକ ନରେଶ ପତି, ମା ବାଟୁଳେଇ ପାଠଶାଳାର ପରିଚାଳକ ସୁବ୍ରତ କୁମାର ସ୍ୱାଇଁ , କାକଟପୁର ଅଞ୍ଚଳବାସୀ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply