Home / ମୁଖ୍ୟ ଖବର / ମହାସମାରୋହ ରେ ମା ବଟମଙ୍ଗଳାଙ୍କ ପୀଠରେ ମହାଲକ୍ଷ୍ମୀ ପୂଜା ଆରମ୍ଭ

ମହାସମାରୋହ ରେ ମା ବଟମଙ୍ଗଳାଙ୍କ ପୀଠରେ ମହାଲକ୍ଷ୍ମୀ ପୂଜା ଆରମ୍ଭ

maa laxmi

କାକଟପୁର (ତୁଷାର ଦୀକ୍ଷିତ ) ତା ୨୧/୧୨ ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ପଥରପକା ଗ୍ରାମର ମା ବଟମଙ୍ଗଳା ପୀଠ ଠାରେ ମହାଲକ୍ଷ୍ମୀ ପୂଜା ବହୁ ଆଡ଼ମ୍ବରରେ ଆରମ୍ଭ ହୋଇଛି। ଗତ ୨୧ ବର୍ଷ ହେଲା ଏହି ଗ୍ରାମ ରେ ମାର୍ଗଶୀର ମାସ ଶେଷ ଗୁରୁବାର ଦିନ ଗ୍ରାମର ଉନ୍ନତି ପାଇଁ ଓ ସମସ୍ତ ରିଷ୍ଟ ଖଣ୍ଡନ ପାଇଁ ସମୂହ ଗ୍ରାମବାସୀ ମାନଙ୍କ ପକ୍ଷରୁ ମା ମହାଲକ୍ଷ୍ମୀ ଙ୍କ ପୂଜା ଧୁମ୍ ଧାମରେ ପାଳିତ ହୋଇ ଆସୁଅଛି। ଚଳିତ ବର୍ଷ ପୂଜକ ବସନ୍ତ କୁମାର ତ୍ରିପାଠୀ ମା ଙ୍କ ପୂଜା ନୀତି କରୁଥିବା ବେଳେ କର୍ତ୍ତା ଭାବେ କୃଷ୍ଣଚନ୍ଦ୍ର ମଲ୍ଲିକ ଓ କର୍ତ୍ତୀ ଭାବେ ସୁପ୍ରିୟା ମଲ୍ଲିକ କାର୍ଯ୍ୟନିର୍ବାହ କରୁଛନ୍ତି। ମା ଙ୍କ ପୂଜା ଅବସରରେ ଗୁରୁବାର ଠାରୁ ବିଶ୍ବ କଲ୍ୟାଣ ମହାଯଜ୍ଞ ଆରମ୍ଭ ହୋଇଛି। ସୋମବାର ଦିନ ଯଜ୍ଞର ପୂର୍ଣ୍ଣାହୁତି ସାଙ୍ଗକୁ ମା ଙ୍କ ବିସର୍ଜନ ନୀତି ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ଉଦୀୟମାନ ଯୁବକ ସନ୍ତୋଷ ସ୍ୱାଇଁ (ଟୁଟୁ), ସମାଜ ସେଵୀ କାବୁଲା ବିଶ୍ୱାଳ, ଅଜିତ ନାୟକ ପ୍ରମୁଖ ପ୍ରକାଶ କରିଛନ୍ତି। ରବିବାର ସଂଧ୍ୟାରେ ଗ୍ରାମ ବାସୀ ମାନେ ସମୂହ ପ୍ରସାଦ ସେବନ କରିବାର କାର୍ଯକ୍ରମ ରହିଥିବା ବେଳେ ପ୍ରତ୍ୟେକ ସଂଧ୍ୟା ରେ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଛି। ମା ମହାଲକ୍ଷ୍ମୀ ଙ୍କ ପୂଜା ପାଇଁ ପଥରପକା ଗ୍ରାମ ଉତ୍ସବ ମୁଖର ହୋଇଉଠିଥିବା ବେଳେ ମାଙ୍କ କୃପା ପାଇବାକୁ ଆଖ ପାଖ ଗାଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି

SPREAD YOUR LOVE WITH YOUR FRIENDS AND FAMILY

Leave a Reply