Home / ମୁଖ୍ୟ ଖବର / ଆଞ୍ଚଳିକ ବିଦ୍ୟାନିକେତନ ସୁନ୍ଦରମୁଣ୍ଡି ଉଚ୍ଚ ବିଦ୍ୟାଳୟ ପରିସରରେ ୨୪ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ଆଞ୍ଚଳିକ ବିଦ୍ୟାନିକେତନ ସୁନ୍ଦରମୁଣ୍ଡି ଉଚ୍ଚ ବିଦ୍ୟାଳୟ ପରିସରରେ ୨୪ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

kankadahada

କଙ୍କଡ଼ାହାଡ଼, ୨୧/ ୧୨ : କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ, ଆଞ୍ଚଳିକ ବିଦ୍ୟାନିକେତନ ସୁନ୍ଦରମୁଣ୍ଡି ଉଚ୍ଚ ବିଦ୍ୟାଳୟ ପରିସରରେ ୨୪ମ ବାର୍ଷିକ କ୍ରୀଡ। ପ୍ରତିଯୋଗିତା ଉଦଯାପିତ ହୋଇଯାଇଅଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିଦିବ ମିଶ୍ରଙ୍କ ସଭାପତିତ୍ଵରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ନବକିଶୋର ସାହୁ ଯୋଗ ଦେଇ, ଏହି ପ୍ରତିଯୋଗିତା ମାଧ୍ଯମରେ ଗ୍ରାମାଞ୍ଚଳରେ ଲୁକାୟିତ ଥିବା କୁନି କୁନି ପ୍ରତିଭା ମାନେ ଲୋକଲୋଚନକୁ ଆସିବାର ଏକ ସୁଯୋଗ ସୃଷ୍ଟି କରିବ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ର।ଜେଶ କୁମାର ଦେହୁରୀ ଯେ।ଗ ଦେଇ କହିଥିଲେ କ୍ରୀଡା ହେଉଛି ଶିକ୍ଷାର ମୁଖ୍ୟ ଅଙ୍ଗ ଯାହା ପିଲା ମାନଙ୍କୁ ସ୍ଵାସ୍ଥ୍ୟ ବାନ କରିବା ସଙ୍ଗେ ସଙ୍ଗେ ମାନସିକ ଦକ୍ଷତା ବୃଦ୍ଧି କରିଥାଏ। ତେଣୁ ଜଣେ ଆଦର୍ଶ ଛାତ୍ରଛାତ୍ରୀ ହେବାକୁ ହେଲେ ପ୍ରତେକ ଦିନ ନିୟମିତ ଖେଳ ଅଭ୍ୟାସ କରିବା ଦରକାର । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଲେଖ ସାହୁ ,ସିଅ।ରସିସି ବିଷ୍ଣୁ ସିଂହ, ପୁର।ତନ ବିଦ୍ୟାଳୟ ପରି ଚାଳନା କମିଟି କର୍ମକର୍ତ୍ତା କୁଳମଣି ସିଂହ, ଭରତ ସିଂହ, ଡ଼ମ୍ଭରୁଧର ସାହୁ, ୱାର୍ଡ ସଦସ୍ୟ ବିପିନି ବିହ।ରୀ ସିଂହ ଯୋଗ ଦେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ଲମ୍ବ ଦୌଡ଼, ଉଚ୍ଚ ଡିଆଁ, ଜାଭଲିନ , ଫୁଟବଲ, ଭଲିବଲ, କବାଡି ଭଳି ବିଭିନ୍ନ କ୍ରୀଡ। ପ୍ରତିଯେ।ଗିତାରେ ଭ।ଗ ନେଇଥିଲେ । ପ୍ରତିଯୋଗି ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ କଳାକାର ସାହୁ ,ରତିକାନ୍ତ ସେଠି,ମାମି ସାହୁ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥଲେ। ଖେଳ ଶିକ୍ଷକ ସରୋଜ ସାହୁ ଖେଳ ପରି ଚାଳନ। କରିଥିଲେ ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply