Home / ମୁଖ୍ୟ ଖବର / ଉତ୍କଳ ବ୍ରାହ୍ମଣ ସମିତି, ଚନ୍ଦ୍ରଶେଖର ପାଠାଗାର, ହେରା ଗୋହିରୀ ସାହି ,ପୁରୀ।

ଉତ୍କଳ ବ୍ରାହ୍ମଣ ସମିତି, ଚନ୍ଦ୍ରଶେଖର ପାଠାଗାର, ହେରା ଗୋହିରୀ ସାହି ,ପୁରୀ।

whatsapp image 2025 12 12 at 20.17.06 db359d6d

ଅଦ୍ୟ ତା୧୨-୧୨-୨୫ରିଖ ସଂଧ୍ୟା ୬ଟା ସମୟରେ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ୧୯୧ତମ ଜୟନ୍ତୀ ଉତ୍ସବ ପାଠାଗାର କକ୍ଷରେ ପାଳନ କରାଯାଇଛି। ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଓ ସାମନ୍ତ ଚନ୍ଦ୍ରଶେଖର ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ଓ ପ୍ରଦୀପ ପଜ୍ଜ୍ବଳନ କରାଯାଇଥିଲା। ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶ୍ରୀ ପୁଷ୍କର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ନନ୍ଦ ପ୍ରାରମ୍ଭିକ ସୂଚନା ପ୍ରଦାନ କରି କହିଥିଲେ ବରପୁତ୍ର ମୁକ୍ତେଆର ଶ୍ରୀ ରାମଚନ୍ଦ୍ର ଦାଶ ଙ୍କ ଦ୍ବାରା 1899 ଉତ୍କଳ ବ୍ରାହ୍ମଣ ସମିତି ଆରମ୍ଭ କରି ଗରିବ ବ୍ରାହ୍ମଣ ଛାତ୍ର ଙ୍କୁ ଏଠାରେ ରଖି ଉଚ୍ଚଶିକ୍ଷା ପ୍ରାପ୍ତି ର ସୁଯୋଗ ପ୍ରଦାନ କରିଥିଲେ। ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ଙ୍କ ଦେହାନ୍ତ ପରେ 1911 ରେ ଚନ୍ଦ୍ରଶେଖର ପାଠାଗାର ଆରମ୍ଭ ହୋଇଥିଲା। ପୁରୀ ସହରର ବହୁ ବରେଣ୍ୟ ମହାମନୀଷୀ ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ, ହରିହର ଦାଶ ଶାସ୍ତ୍ରୀ, ପଣ୍ଡିତ ସଦାଶିବ ମିଶ୍ର, ଡ଼ା ମହାଦେବ ମିଶ୍ର, ଆର୍ତ୍ତ ବନ୍ଧୁ ଦାଶ ଙ୍କ ନିରବଚ୍ଛିନ୍ନ ଉଦ୍ୟମରେ ଏହି ପାଠାଗାର ଟି ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ ପାଠାଗାରରେ ପରିଣତ ହୋଇପାରିଥିଲା।ଏହି ଉତ୍ସବରେ ଜ୍ୟୋତିର୍ବିଦ୍ ଶ୍ରୀ ବୈକୁଣ୍ଠନାଥ ନାୟକ ଓ ଜ୍ୟୋର୍ତିବିଦ୍ ଶ୍ରୀ ଦୟାନିଧି ପଣ୍ଡା ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ସାମନ୍ତ ଚନ୍ଦ୍ରଶେଖର ଙ୍କ ପ୍ରଣୀତ ଜ୍ୟୋତିଷ ଶାସ୍ତ୍ର “ସିଦ୍ଧାନ୍ତ ଦର୍ପଣ ” ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଉତ୍ସବରେ ପୁରୀ ପୌରାଞ୍ଚଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମୁହ ମଧ୍ୟରେ ଗତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ସ୍ବୟଂ ପ୍ରକାଶ ସାହୁ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଘୋଡ଼ା ବଜାର, ସ୍ମୃତି ରଞ୍ଜନ ସାହୁ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଘୋଡ଼ା ବଜାର, ଅକ୍ଷିତା ସୁନୟନୀ ବଳ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଘୋଡ଼ା ବଜାର ଓ ଲକ୍ଷ୍ମୀପ୍ରିୟା ସାହୁ ପୁରୀ ଜିଲ୍ଲା ସ୍କୁଲ୍ ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପୁରସ୍କାର ଓ ଭୁବନେଶ୍ବର ମିଶ୍ର ସ୍ମୃତି ପୁରସ୍କାର ଓ ରମାମଣି ସ୍ମୃତି ପୁରସ୍କାର ବାବଦରେ ମାନପତ୍ର ଓ ନଗଦ ରାଶି ଦୁଇ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀ ଓ ପାଠାଗାର କୁ ସର୍ବାଧିକ ଦିନ ଆସିଥିବା ତିନି ଜଣ ପାଠକ ପାଠିକା ଙ୍କୁ ପୁରସ୍କୃତ କରାଯାଇଥିଲା। ଯୁଗ୍ମ ସମ୍ପାଦକ ଶ୍ରୀ ଦେବାନନ୍ଦ ମିଶ୍ର ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସଭାପତି ଙ୍କ ଭାଷଣ ପରେ କାର୍ଯ୍ୟକାରୀ ସଦସ୍ୟ ସ୍ୱାଧୀନ କୁମାର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply