Home / ଶିକ୍ଷା / ବ୍ରହ୍ମାକୁମାରୀ ବିଶ୍ଵବିଦ୍ୟାଳୟରୁ ତରଫରୁ ମିଡ଼ିଆ ପ୍ରଶିକ୍ଷଣ ଶିବିର ।

ବ୍ରହ୍ମାକୁମାରୀ ବିଶ୍ଵବିଦ୍ୟାଳୟରୁ ତରଫରୁ ମିଡ଼ିଆ ପ୍ରଶିକ୍ଷଣ ଶିବିର ।

whatsapp image 2023 12 25 at 20.26.42 d3b1e4b6

କାକଟପୁର 25/12 ପ୍ରଜାପିତା ବ୍ରହ୍ମକୁମାରୀ ଇସ୍ୱରିୟ ବିଶ୍ବବିଦ୍ୟାଳୟର ତରଫରୁ କାକଟପୁର ଆଶ୍ରମ ଠାରେ ଏକ ମିଡ଼ିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇ ଅଛି । ଏହି କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ଓ କାକଟପୁର ବ୍ଲକ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭ ରେ, କାର୍ଯ୍ୟକ୍ରମ କୁ ମାଉଣ୍ଟ ଆବୁ ସ୍ଥିତ ମୁଖ୍ୟାଳୟ ମିଡ଼ିଆ ସଂଯୋଜକ ବ୍ରହ୍ମ କୁମାରୀ ଚନ୍ଦା ପ୍ରଦୀପ ପ୍ରଯୋଳାନ କରି ଆଲୋଚନା ଚକ୍ରକୁ ଉଦଘାଟନ୍ କରି ଥିଲେ । ଆଲୋଚନା ଚକ୍ରରେ ପୁରୀ ସବ୍ ଜୋନ କର୍ଡିନେତର ବିକେ ରବି ନାରାୟଣ, ରାଷ୍ଟ୍ରୀୟ ସଂଯୋଜକ ହାଇଦ୍ରାବାଦ ବିକେ,ସାରଳା,ମିଡ଼ିଆ ମୁଖ୍ୟ ଵିକେ ଶାନ୍ତନୁ, ରାଜଯୋଗି ବିକେ ରାମ୍ ସ୍ୱରୁପ ,କାକଟପୁର ମୁଖ୍ୟ ବିକେ କୁନ୍ତଳା ପ୍ରମୁଖ ଉପସ୍ଥିତ ରହି ଜାତି ବର୍ଣ୍ଣ ଧର୍ମ ନିର୍ବି ଶେଷରେ ଏହି ଅନୁଷ୍ଠାନ ୮୬ବର୍ଷ ହେଲା ଧାରା ଧାମରେ ଦିବ୍ୟ ଅବତରଣ କରି ପୃଥିବୀର ୧୪୦ ଦେଶରେ ଏହାର ଶାଖା ଖୋଲି ସୁନ୍ଦର୍ ପରାମର୍ଶ ଦେବା ସହ କଣ କଲେ ଆମେ ବ୍ୟକ୍ତିଗତ ଜୀବନକୁ ସୁନ୍ଦର ଭାବେ ଗଢି ତୋଳିବା ସେ ବିଷୟ ରେ ପରାମର୍ଶ ଦେଇଥିଲେ । ଆଉ ମଧ୍ୟ ସାମ୍ବାଦିକ ମାନେ, ନିସ୍ୱାର୍ଥ ସେବା,ସତଖବର ପ୍ରସାରଣ କରିବା ସହ କାହା ପାଖରେ ନତ ମସ୍ତକ ନହୋଇ କଲମ ମୁନକୁ ଶାଣିତ କରି ସମାଜକୁ ସତ୍ ମାର୍ଗରେ ଦିଗ ଦର୍ଶନ ଦେବା ଉପରେ ଗୁରୁତ୍ଵ ଆରୋପ କରି ଥିଲେ । ଏହି ଆଲୋଚନା ଚକ୍ର ରେ ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ,ତୁଷାର ରଞ୍ଜନ ଦୀକ୍ଷିତ,ପ୍ରଶାନ୍ତ ଜେନା,ଶଙ୍କର ପ୍ରସାଦ ଦାସ, ଅକ୍ଷୟ ରାଉତ, ଶରତ କୁମାର ଦାସ, ମାନସ କୁମାର ସାମଲ,ସୁଭଦର୍ଶନ ମିଶ୍ର,ନିରଞ୍ଜନ ଦାସ,ଲୋକନାଥ ସ୍ୱାଇଁ, ତ୍ରିଲୋଚନ ବେହେରା, ସୋଭାକର ବେହେରା ପ୍ରମୁଖ ଉପସ୍ଥିତ ଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply