Home / ମୁଖ୍ୟ ଖବର / ଜଳିଗଲା ଏକର ଏକର ଉର୍ଦ୍ଧ ପାଚିଲା ଧାନଫସଲ.:-କାନ୍ଦୁଛି କୃଷକ, ଋଣସୁଜିବ କିପରି.

ଜଳିଗଲା ଏକର ଏକର ଉର୍ଦ୍ଧ ପାଚିଲା ଧାନଫସଲ.:-କାନ୍ଦୁଛି କୃଷକ, ଋଣସୁଜିବ କିପରି.

img 20231223 wa0177

କାକଟପୁର (ତୁଷାର ଦୀକ୍ଷିତ ) ତା ୨୩/୧୨:-ସୁନାର ଫସଲରେ ଲାଗିଗଲା ନିଆଁ, ଜଳି ପୋଡି ପାଉଁଶ ହୋଇଗଲା ଅମଳପାଇଁ ପାଚିଥିବା ଧାନ l ଏକର ଏକର ଧାନ ଏବେ ନିଆଁର ଆଁରେ ପାଉଁଶ ହୋଇଯାଇଛି.ଏବେ ପାଉଁଶ ଭିତରୁ ପୋଡା ଧାନକୁ ଧରି ଚିନ୍ତାରେ ପଡିଛି ଚାଷୀ. ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଆଳଙ୍ଗପୁର ପଂଚାୟତ ଅଧୀନ ବେଗୁନିଆବସ୍ତ ଗାଁରେ ଶନିବାର ମଧ୍ୟାହ୍ନ ସମୟରେ ପାଚିଲା ଧାନକ୍ଷେତ ହୁତୁହୁତୁ ହୋଇ ଜଳିଥିଲା.ଦିନ କେଇଟା ପରେ ସୁନାର ଫସଲ କୁ କାଟି ନେଇଥାନ୍ତା ଚାଷୀ.ହେଲେ କୌଣସି ଦୁର୍ବୁତ୍ତ ମଧ୍ୟାହ୍ନ ସମୟରେ ସୁନାର ଫସଲରେ ନିଆଁଲଗାଇ ଦେଇଥିଲା ନିଆଁ ର ବେଗ ଏତେ ଅଧିକ ଥିଲା ଯେ ନିଆଁ ଗହୀର ସାରା ମାଡିଯାଇଥିଲା. ଖବର ପାଇଁ ଅସ୍ତରଙ୍ଗ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା. ଅଗ୍ନିକାଣ୍ଡରେ ବେଗୁନିଆଁବସ୍ତ ଗ୍ରାମର ପିତଵାସ ସ୍ୱାଇଁ ଙ୍କର ୧ଏକର, ମାଧବାନନ୍ଦ ବରାଳ ଙ୍କର ୧.୫ଏକର, ବଟକୃଷ୍ଣ ବରାଳ ଙ୍କର ୧୫ଗୁଣ୍ଠ, ହୃଷିକେଶ ବରାଳ ଙ୍କର ୧୫ଗୁଣ୍ଠ ଫସଲ ଜଳିପୋଡି ଯିବାପରେ ଚିନ୍ତାରେ ଉପରୋକ୍ତ ଚାଷୀଙ୍କ ପରିବାର. ଅନେକ କଠିନ ପରିଶ୍ରମ କରିବା ସହ ଝାଳ ବୁହାଇ ଜମି ଭାଗକୁ ଆଣି ଚାଷ କରିଥିଲେ ଚାଷୀ. ଅଗ୍ନିକାଣ୍ଡ ରେ ସବୁକିଛି ଛାରଖାର କରିଦେଇଛି. ଋଣକିଭଳି ସୁଜିବେ ଚିନ୍ତାରେ ଥିବାବେଳେ ସରକାରୀ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ. ଅନ୍ୟ ପଟେ ଅସ୍ତରଙ୍ଗ ତହସିଲିଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି କହିଛନ୍ତି ଚାଷୀଙ୍କ କ୍ଷୟକ୍ଷତି ଆକଳନ କରାଯାଇ ତୁରନ୍ତ ସହାୟତା ପ୍ରଦାନ କରାଯିବ.

SPREAD YOUR LOVE WITH YOUR FRIENDS AND FAMILY

Leave a Reply