Home / ମୁଖ୍ୟ ଖବର / ପ୍ୟାକେଟ୍‌ରେ ‘ଉତ୍ପାଦନ ତାରିଖ’ ଲେଖିବା ବାଧ୍ୟତାମୂଳକ

ପ୍ୟାକେଟ୍‌ରେ ‘ଉତ୍ପାଦନ ତାରିଖ’ ଲେଖିବା ବାଧ୍ୟତାମୂଳକ

whatsapp image 2024 01 02 at 07.38.17 7370b1ec

ପ୍ୟାକେଟ୍‌ରେ ବିକ୍ରି ହେଉଥିବା ଜିନିଷ କେତେ ପୁରୁଣା ତାହା ଜାଣିବା ସହଜ ହେବ। ପ୍ୟାକେଟ୍‌ରେ ‘ଉତ୍ପାଦନ ତାରିଖ’ ଲେଖିବାକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିଛନ୍ତି। ପୂର୍ବରୁ ଏହା ସ୍ବେଚ୍ଛାକୃତ ଥିଲା। ନୂଆବର୍ଷଠାରୁ ପ୍ୟାକେଟ୍‌ରେ ଉତ୍ପାଦନ ତାରିଖ ଏବଂ ପ୍ୟାକେଟ୍‌ ଭିତରେ ଥିବା ପ୍ରତିଟି ଜିନିଷର ଓଜନ ବିଷୟରେ ବାଧ୍ୟତାମୂଳକ ଭାବେ ବିବରଣୀ ଦେବାକୁ ପଡ଼ିବ।

ଏନେଇ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଯେହେତୁ ଦୋକାନରେ ଭିନ୍ନ ଭିନ୍ନ ଓଜନର ପ୍ୟାକେଟ୍‌ ବିକ୍ରି ହେଉଛି, ତାହା ଭିତରେ ଥିବା ଜିନିଷର ଓଜନ କେତେ ତାହା ଲୋକମାନେ ଜାଣିଲେ ସେହି ଅନୁସାରେ କିଣିବା ନିଷ୍ପତ୍ତି ନେଇପାରିବେ ବୋଲି ଉପଭୋକ୍ତା ବ୍ୟାପାର ସଚିବ ରୋହିତ କୁମାର ସିଂହ କହିଛନ୍ତି। ଉଦାହରଣ ଦେଇ କୁହାଯାଇଛି ଯେ ଯଦି ଏକ ଅଢ଼େଇ କେଜିଆ ଅଟା ପ୍ୟାକେଟ୍‌ ବିକ୍ରି ହେବ ତେବେ ସେହି ପ୍ୟାକେଟ୍ ଉପରେ ଏକ କେଜି ଅଟାର ଦାମ୍ କେତେ ଏବଂ ତାହାର ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି) କେତେ ତାହା କଂପାନିଗୁଡ଼ିକୁ ଲେଖିବାକୁ ପଡ଼ିବ। ସେହିପରି ଯଦି ପ୍ୟାକେଟ୍‌ରେ ଥିବା ଜିନିଷର ଓଜନ ଏକ କେଜିରୁ କମ୍ ହୋଇଥିବ ତେବେ ଗ୍ରାମ ପିଛା ଦାମ୍ କେତେ ତାହା ଲେଖିବାକୁ ହେବ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply