Home / ରାଜନୀତି / ନୂଆବର୍ଷରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି

ନୂଆବର୍ଷରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି

img 20240101 191402


ଭୁବନେଶ୍ବର: ତା ୧.୧.୨୪ ରିପୋର୍ଟ୍ – ସିଂହାରୀ ଆଲୋକ ଖୁଣ୍ଟିଆ

ରାଜ୍ୟବାସୀଙ୍କୁ ନୂଆବର୍ଷ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବହୁଦିନର ସ୍ୱପ୍ନ ସାକାର ହେବ । ଆଜି ରାଜ୍ୟର ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ପଟ୍ଟନାୟକ ଅନ୍ତଜାର୍ତୀୟ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପାଇଁ ବାରଙ୍ଗ ରତାଗଡ ଲେଙ୍କା ସାହିରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମେଟ୍ରୋ ପ୍ରକଳ୍ପର ଶୁଭାରମ୍ଭ ପୂର୍ବରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ରୋଡ୍ ଶୋ’ରେ ବାହାରି ରତାଗଡ ଲେଙ୍କାସାହିରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ରୋଡ ଶୋ’ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ୧୨ଟି ସ୍ଥାନରେ ଜୋରଦାର ସ୍ୱାଗତ କରାଯାଇଥିଲା ।

୫-ଟି ଉପକ୍ରମରେ ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ହେବ । ଏଥିପାଇଁ ୫୯୨୯ .୩୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଗତବର୍ଷ ଏପ୍ରିଲ ପହିଲା ଉତ୍କଳ ଦିବସରେ ରାଜ୍ୟର ପ୍ରଥମ ମେଟ୍ରୋ ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାତ୍ର ୮ ମାସ ମଧ୍ୟରେ ପ୍ରକଳ୍ପ ପାଇଁ ପ୍ରାରମ୍ଭିକ କାର୍ଯ୍ୟ ସହ ଅର୍ଥ ବରାଦ ହୋଇଛି। ଭୁବନେଶ୍ୱର ମେଟ୍ରୋ ରେଳ ନିଗମର ତତ୍ତ୍ଵାବଧାନରେ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଟର୍ଣ୍ଣ କି’ ପରାମର୍ଶଦାତା ଭାବେ ପ୍ରକଳ୍ପ କାର୍ଯ୍ୟ କରିବ । ୨୬ କିଲୋମିଟର ବିଶିଷ୍ଟ ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୨୦ଟି ଷ୍ଟେସନ ରହିବ । ପରବର୍ତ୍ତୀ ସମୟରେ ଉଭୟ ଦିଗରେ ପ୍ରକଳ୍ପକୁ କଟକ ଓ ପୁରୀକୁ ସମ୍ପ୍ରସାରଣ କରାଯିବ ।ଏହି ମେଟ୍ରୋ ଟ୍ରେନ୍ ପ୍ରକଳ୍ପର କାର୍ଯ୍ୟ କୁ ରାଜ୍ୟବାସୀ ପ୍ରଶଂସା କରିବା ସହିତ ଖୁସିବ୍ୟକ୍ତ କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply