Home / ସଂସ୍କୃତି ଓ ପରମ୍ପରା / କୋଟି ଓଡ଼ିଆଙ୍କ ସ୍ୱପ୍ନର ମହଲ ଓଡ଼ିଆ ବିଶ୍ଵବିଦ୍ୟାଳୟ

କୋଟି ଓଡ଼ିଆଙ୍କ ସ୍ୱପ୍ନର ମହଲ ଓଡ଼ିଆ ବିଶ୍ଵବିଦ୍ୟାଳୟ

ଓଡିଆ ବିଶ୍ବ ବିଦ୍ୟାଳୟ

ପୂରଣ ହେବ ସ୍ଵପ୍ନ କୋଟି ଓଡିଆଙ୍କର ପଞ୍ଚସଖାଙ୍କ କର୍ମପୀଠ ସତ୍ୟବାଦୀ ରେ ଆସନ୍ତା ୨୪ ତାରିଖରେ ଉଦ୍ଘାଟନ ହେବ ଓଡ଼ିଆ ବିଶ୍ବିଦ୍ୟାଳୟ।
ପଞ୍ଚସଖାଙ୍କ କର୍ମପୀଠ ସତ୍ୟବାଦୀ ରେ ପ୍ରସ୍ଥାବିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଓଡ଼ିଆ ବିଶ୍ୱବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଚଳିତ ମାସ ୨୪ ତାରିଖ ୧୧.୩0 ରେ ଉଦଘାଟନ ହେବ | ଓଡ଼ିଆ ଜାତିର ନମସ୍ୟ ତଥା ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରତୀକ ସତ୍ୟବାଦୀ ପଞ୍ଚସଖାଙ୍କ ସମ୍ମାନ ଉଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଲୋକାର୍ପଣ କରିବେ। ନିର୍ମାଣ ଧୀନ ଏହି ଓଡ଼ିଆ ବିଶ୍ୱବିଦ୍ୟାଳୟରେ ୧୮୦ ଜଣ ବିଦ୍ୟାର୍ଥୀଙ୍କ ନିମନ୍ତେ ଏକ ପ୍ରଶାସନିକ କୋଠା ସହିତ ଶ୍ରେଣୀ ଗୃହ , ପାଠାଗାର , ଦୁଇଟି ଛାତ୍ରାବାସ ଏବଂ ଭୋଜନାଳୟ ନିର୍ମାଣ କରାଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ପ୍ରତ୍ୟେକ ବ୍ଲକକୁ ଅନ୍ୟ ସଂଯୋଗୀକରଣ ରାସ୍ତା ନିର୍ମାଣ ସହିତ ଏକ ସୁନ୍ଦର ସବୁଜିମା ପରିବେଶ ବିଶ୍ୱବିଦ୍ୟାଳୟର ଶୋଭା ବର୍ଦ୍ଧନ କରୁଛି । ଏହି ଓଡ଼ିଆ ବିଶ୍ୱବିଦ୍ୟାଳୟର ନିର୍ମାଣ ନିମନ୍ତେ ପବିତ୍ର ଗୋପବନ୍ଧୁଙ୍କ ଜନ୍ମ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ପରେ ବକୁଳବନ ଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ଜନ ସାଧାରଣଙ୍କ ସୂଚନା ନିମନ୍ତେ ଏକ ସାଇନ ବୋର୍ଡ ଲଗାଯାଇଥିଲା । ବିଶ୍ୱ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେବାରୁ ଚଳିତ ଶିକ୍ଷା ବର୍ଷରୁ ୭୨ ଜଣ ବିଦ୍ୟାର୍ଥୀଙ୍କୁ ନେଇ ସାକ୍ଷୀଗୋପାଳଙ୍କ ପାନ୍ଥଶାଳାରେ ଅସ୍ଥାୟୀ ଭାବରେ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏଥି ସହିତ ନିକଟସ୍ଥ ସାକ୍ଷୀଗୋପାଳ କଲେଜରେ ବିଦ୍ୟାର୍ଥୀ ମାନଙ୍କ ନିମନ୍ତେ ଅସ୍ଥାୟୀ ହଷ୍ଟେଲର ବ୍ୟବସ୍ଥା କରାଯାଇଥିଲା। ଓଡ଼ିଆ ଭାଷା ଓ ଜାତି ର ଏହି ଇତିହାସ ରଚିତ ଏହି ଓଡ଼ିଆ ବିଶ୍ୱବିଦ୍ୟାଳୟ ଲୋକାର୍ପଣ ପରେ ରାଜ୍ୟବାସୀ ଙ୍କ ପ୍ରତୀକ୍ଷାର ଅନ୍ତଃ ଘଟିବ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply