Home / ମୁଖ୍ୟ ଖବର / ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଦିବସରେ କାକଟପୁରରେ ରାମମୟ ପରିବେଶ, ଶୋଭାଯାତ୍ରାରେ ଯୋଗଦେଲେ ହଜାର ହଜାର ରାମଭକ୍ତ

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଦିବସରେ କାକଟପୁରରେ ରାମମୟ ପରିବେଶ, ଶୋଭାଯାତ୍ରାରେ ଯୋଗଦେଲେ ହଜାର ହଜାର ରାମଭକ୍ତ

whatsapp image 2024 01 22 at 20.46.35 902b5a7f

କାକଟପୁର (ତୁଷାର ଦୀକ୍ଷିତ )ତା ୨୨/୧ , ଆଜି ଅଯୋଧ୍ୟାରେ ନୂତନ ରାମ ମନ୍ଦିର ପ୍ରତିଷ୍ଠା ସହିତ ରାମଲାଲାଙ୍କ ପ୍ରଣାପ୍ରତିଷ୍ଠା ଦିବସକୁ ସାରା ଦେଶ ପାଳନ କରିଥିବାବେଳେ କାକଟପୁର ଠାରେ ସକାଳ ଦଶ ଘଟିକା ଠାରୁ ଭକ୍ତ ମାନେ ଏକ ସୁସଜ୍ଜିତ ରଥରେ ରାମ ଲକ୍ଷ୍ମଣ ସୀତାଙ୍କ ବେଶରେ ସଜ୍ଜିତ ହୋଇଥିବା କୁନି କୁନି ପିଲାଙ୍କୁ ବସାଇ ଏକ ବିରାଟ ପଟୁଆରରେ ବଜାର ପରିକ୍ରମା କରିଥିଲେ l ରାମ ଧ୍ୱନିରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇଥିଲା l ଶତାଧିକ ମହିଳା ଓ ପୁରୁଷ ଭକ୍ତ ରାମ ଧ୍ୱନି ଗାନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ l ଏହି କାକଟପୁର ସ୍ଥିତ ବିଶ୍ଵାମିତ୍ର ଆଶ୍ରମ ଠାରୁ ବାହାରି ସ୍ୱମେଶ୍ୱର ଠାରେ ସମାପ୍ତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ବଜରଙ୍ଗ ଦଳ, ବିଶ୍ୱହିନ୍ଦୁ ପରିଷଦ, ସନାତନୀ ସଂଗଠନର କର୍ମକର୍ତ୍ତା ମିହିର ରଞ୍ଜନ ଦୀକ୍ଷିତ, କାବୁଲା ବିଶ୍ୱାଳ,ରତିକାନ୍ତ ବେହେରା,ସୁଦର୍ଶନ ସ୍ୱାଇଁ,ସୌମେନ୍ଦ୍ର ମିଶ୍ର, ପଦୁ ସାମଲ, କୈଳାଶ ନାୟକ, ଅଲେଖ ମହାନ୍ତି, ତୁଷାର ବେହେରା, ମଙ୍ଗଳା ସାମନ୍ତରାୟ, ଡ଼ଃ ସଲିଳ ରଞ୍ଜନ ଦୀକ୍ଷିତ, ସନ୍ତୋଷ ସ୍ୱାଇଁ, ରାଜକିଶୋର ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ l ପରେ ସମସ୍ତ ଭକ୍ତ ମାନେ ସ୍ୱମେଶ୍ୱର ମନ୍ଦିର ଠାରେ ପ୍ରସାଦ ସେବନ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply