Home / ମୁଖ୍ୟ ଖବର / କାକଟପୁର ପ୍ରେସ କ୍ଲବ ରେ ଫର ଫର ହୋଇ ଉଡିଲା ତ୍ରିରଙ୍ଗା

କାକଟପୁର ପ୍ରେସ କ୍ଲବ ରେ ଫର ଫର ହୋଇ ଉଡିଲା ତ୍ରିରଙ୍ଗା

img 20240126 wa0031

କାକଟପୁର (ତୁଷାର ଦୀକ୍ଷିତ ) ୨୬ /୧ ଆଜି ସାରା ଭାରତ ବର୍ଷ ପାଳୁଛି ୭୫ ତମ ଗଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । ଏହି ଅବସରରେ ପୁରୀଜିଲ୍ଲା କାକଟପୁର ପ୍ରେସ କ୍ଲବ ପକ୍ଷରୁ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ପ୍ରେସ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିତ ପତାକା ଉତ୍ତୋଳନ କରିଥିବାବେଳେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ବ୍ରିଟିଶ ସରକାର କବଳରୁ ସ୍ୱାଧୀନ ହୋଇଥିଲା, କିନ୍ତୁ ଦେଶ ପରିଚାଳନା ପାଇଁ କୌଣସି ସାମ୍ବିଧାନିକ ଵିଧି ବ୍ୟବସ୍ଥା ନଥିଲା । ଏହାପରେ ବାବା ସାହେବ ଆମ୍ବେଦକରଙ୍କ ନେତୃତ୍ୱରେ ଏକ ସମ୍ବିଧାନ ଡ୍ରାଫ୍ଟିଂ କମିଟି ଗଠନ କରାଯାଇ ୧୯୪୯ ମସିହା ନଭେମ୍ବର ୨୬ ତାରିଖ ରେ ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଆଗତ କରାଯିବାପରେ ୧୯୫୦ ମସିହା ଜାନୁଆରୀ ୨୬ରେ ଭାରତ ଏକ ସାର୍ବ ଭୌମତ୍ତ୍ୱ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହେବା ସହ ଲିଖିତ ସମ୍ବିଧାନ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା l ସେବେଠୁ ଏହି ଦିନକୁ ସମ୍ମାନ ଜଣାଇ ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ପାଳନ ହୋଇ ଆସୁଛି ବୋଲି ଶ୍ରୀ ଦୀକ୍ଷିତ ତାଙ୍କ ଅଭିଭାଷଣ ରେ ପ୍ରକାଶ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ତୁଷାର ରଞ୍ଜନ ଦୀକ୍ଷିତ, ସମ୍ପାଦକ ଆଦିତ୍ୟ କୁମାର ରାଉତ, ସହ ସମ୍ପାଦକ ପ୍ରଭାତ କୁମାର ଦୀକ୍ଷିତ,କୋଷାଧକ୍ଷ ଭାଗବତ ସ୍ୱାଇଁ ବରିଷ୍ଠ ସାମ୍ବାଦିକ ପୂର୍ଣଚନ୍ଦ୍ର ପଣ୍ଡା, ସନ୍ତୋଷ କୁମାର ଦାଶ, ନିରଞ୍ଜନ ଦାସ, ଲୋକନାଥ ସ୍ୱାଇଁ,ପ୍ରଶାନ୍ତ ଜେନା, ପ୍ରଭାସ କୁମାର ପୃଷ୍ଟି, ନୃସିଂହ ବେହେରା,ମାନସ କୁମାର ଦୀକ୍ଷିତ, ପ୍ରଦୀପ କୁମାର ପଣ୍ଡା, ପ୍ରଦୀପ୍ତ କୁମାର ଦୀକ୍ଷିତ,ଅକ୍ଷୟ ପ୍ରସାଦ ମହାନ୍ତି, ଶୁଭଦର୍ଶନ ମିଶ୍ର, ବ୍ରଜକିଶୋର ସାହୁ ପ୍ରମୁଖ ଯୋଗଦେଇ ଜାତୀୟ ସଙ୍ଗୀତ ଗାନ ପୂର୍ବକ ମିଷ୍ଠାନ୍ନ ବଣ୍ଟନ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply