Home / ଶିକ୍ଷା / ସେଣ୍ଟ ଜାଭିୟରସ ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ସେଣ୍ଟ ଜାଭିୟରସ ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

img 20240128 wa0000

କାକଟପୁର- ତା ୨୮/୧, ( ତୁଷାର ଦୀକ୍ଷିତ)- କାକଟପୁର ବ୍ଲକ ଶିକ୍ଷା ବିଭାଗ ଅଧିନସ୍ଥ କାକଟପୁର ପ୍ରାଚୀ ବିହାରସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଣ୍ଟ ଜାଭିୟର ହାଇସ୍କୁଲର ୧୩ ତମ ବାର୍ଷିକ ଉତ୍ସବ ଏକ ବର୍ଣାଢ୍ୟ ପରିବେଶ ମଧ୍ୟରେ ସ୍କୁଲ ପରିସରରେ ରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ଅଧ୍ୟକ୍ଷ ଦୁର୍ଗାଚରଣ ପରିଡାଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କାକଟପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ତୁଷାର ଜ୍ୟୋତି ରଞ୍ଜନ, ମୁଖ୍ୟ ବକ୍ତା ବ୍ଲକ ଶିକ୍ଷାଧିକାରୀ ଦିଲ୍ଲୀପ କୁମାର ଜେନା, ସମ୍ମାନିତ ଅତିଥି ଭାବେ କାକଟପୁର ଥାନା ଆଇଆଇସି ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ସାହୁ, ପୂର୍ବତନ ପୁରୀ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜୋତିର୍ମୟ ଦଳାଇ, ତ୍ରିଲୋଚନ ମିଶ୍ର, ବିଦ୍ୟାଳୟର ସଭାପତି ଶ୍ରୀମତୀ ଶର୍ମିଷ୍ଠା ବିଶ୍ୱାଳ, ସମ୍ପାଦକ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ବିଶ୍ୱାଳ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ କ୍ଷୀରୋଦ ଚନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ମାନେ ଉନ୍ନତ ଜ୍ଞାନ କୌଶଳ ଆହରଣ କରିବା ସହିତ କିପରି ଭାବେ ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହୋଇ ପାରିବେ ସେଥିପାଇଁ ଯତ୍ନଶୀଳ ହେବା ସହିତ ଛାତ୍ରଛାତ୍ରୀ ମାନଙ୍କ ସାମାଜିକ ବୌଦ୍ଧିକ ବିକାଶ ପାଇଁ ଅଭିଭାବକ ମାନେ ଯତ୍ନବାନ ହେବା ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀ ପରିଡା ଅତିଥି ପରିଚୟ ପ୍ରଦାନ କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ l ଏହି ଅବସରରେ ବିଦ୍ୟାଳୟର ପ୍ରାଚୀର ପତ୍ର ଫୁଟପ୍ରିଣ୍ଟ ଓ ଫଟୋ ଗ୍ୟାଲେରୀ ଫ୍ଲାସବ୍ୟାକ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା l ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିବାବେଳେ ବିଦ୍ୟାଳୟର ଶିକ୍ଷକ ମାନଙ୍କ ଦ୍ୱାରା ଆଦୃତ ଓ ଶିକ୍ଷକ ସନ୍ତୋଷ ପଣ୍ଡାଙ୍କ ନିର୍ଦ୍ଧେଶନାର ନାଟକ “” ଅନୁତାପ “” ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ନିରଞ୍ଜନ ବିଶ୍ୱାଳ, ଲତିଫୁଲ ରହେମନ ଖାଁ, ଭକ୍ତିପ୍ରଭା ବିଶ୍ୱାଳ, ରାଜଶ୍ରୀ ପରିଡା, ସରିତା ସାସମଲ, କ୍ରିଷ୍ଣା ସାହୁ, ଲକ୍ଷ୍ମୀପ୍ରିୟା ଦାଶ ପ୍ରମୁଖ ପରିଚାଳନା କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply