Home / ସଂସ୍କୃତି ଓ ପରମ୍ପରା / ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟର ୪୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟର ୪୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

sangeeta mahavidyalaya

ସାକ୍ଷୀଗୋପାଳ – ତା ୨୮/୧, (ଦୀପ୍ତିସୁନ୍ଦର ମହାପାତ୍ର) -ସତ୍ୟବାଦୀ ବ୍ଲକ ଅନ୍ତର୍ଗତ, ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟର ୪୬ ତମ ବାର୍ଷିକ ଉତ୍ସବ, ଅନୁଷ୍ଠାନର ସଭାପତି ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର ସଭାପତିତ୍ୱରେ, ସାକ୍ଷୀଗୋପାଳ ମନ୍ଦିର ନିକଟରେ ଥିବା ପାର୍କିଂ ସ୍ଥଳରେ, ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସଵରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ଓଡିଶୀ ରିସର୍ଚ୍ଚ ସେଣ୍ଟର ନିର୍ଦ୍ଦେଶକ ଶ୍ରୀକତା ଦାସ ଏବଂ ଗୁରୁ ସଚ୍ଚିଦାନନ୍ଦ ଦାଶ । ମୁଖ୍ୟ ଅତିଥି ମାନଙ୍କ ଦ୍ବାରା ମଞ୍ଚରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ସଙ୍ଗୀତ ନୃତ୍ୟ ଉତ୍ସଵର ଶୁଭାରମ୍ଭ ହୋଇଥିଲା ।

କାର୍ଯ୍ୟକ୍ରମ ର ଆରମ୍ଭରେ ଗୁରୁବନ୍ଦନା ଓ ଦେଶାତ୍ମବୋଧକ ସଙ୍ଗୀତ କୁନିକୁନି ଛାତ୍ର ଛାତ୍ରୀ ଙ୍କ ଦ୍ବାରା ପରିବେଷଣ କରାଯାଇଥିଲା।

ଅନୁଷ୍ଠାନର ଗୁରୁ ଅଶୋକ କୁମାର ସାହୁ, ବୈକୁଣ୍ଠ ସେଠି, ଓ ପ୍ରସନ୍ନ କୁମାର ବେହେରାଙ୍କ ନିର୍ଦ୍ଦେଶନାରେ  କୁନି କୁନି ପିଲାମାନଙ୍କ ଦ୍ୱାରା ଭଜନ ” ପ୍ରଭୁପାଦ ତଳେ ପ୍ରଣତି ଢାଳେ ” ପରିବେଷଣ କରାଯାଇଥିଲା ।

ଗୁରୁ ଦୁର୍ଗାପ୍ରସାଦ ମହାପାତ୍ର ଓ ବ୍ରଜକିଶୋର ମହାପାତ୍ର ଙ୍କ ନିର୍ଦ୍ଦେଶନା ରେ ଛାତ୍ରୀ ଶୁଭଶ୍ରୀ ପଟ୍ଟନାୟକ ଓ ଲିପିନା ଭୋଇ ମଞ୍ଚ ନିକଟରେ ଥିବା କାନଭାସ ରେ ସୁନ୍ଦର ସୁନ୍ଦର ଦୁଇଟି ଚିତ୍ର ଆଙ୍କି ସେଥିରେ ରଙ୍ଗ ଭରିଥିଲେ। କୁନି କୁନି ପିଲାଙ୍କର ଏହି ଚିତ୍ରକଳା, ଉପସ୍ଥିତ ସମସ୍ତ ଦର୍ଶକଙ୍କ ମନକୁ ବେସ୍ ସ୍ପର୍ଶ କରିଥିଲା।

ତତ୍ପରେ ମଞ୍ଚରେ, ଓଡିଶୀ ସଙ୍ଗୀତ, ‘ର’ ଚମ୍ପୁ ପରିବେଷଣ କରାଯାଇଥଲା। ପରେପରେ ମଞ୍ଚରେ ପରିବେଷଣ କରାଯାଇଥଲା ତବଲା ଲହରା। କୁନି କୁନି ଛାତ୍ରଙ୍କର ତବଲା ବଜାଇବାର ଶୈଳୀ ଦର୍ଶକଙ୍କ ମନକୁ ଖୁବ୍ ସ୍ପର୍ଶ କରିଥିଲା। ତତ୍ପରେ ମଞ୍ଚରେ ଆରମ୍ଭ ହୋଇଥିଲା ନୃତ୍ୟ ର ପର୍ବ। ଯେଉଁଥିରେ କି ପରିବେଷଣ ହୋଇଥିଲା ମଙ୍ଗଳାଚରଣ, ଭଜନ ନୃତ୍ୟ , ସରସ୍ୱତୀ ବନ୍ଦନା, ଓଡିଶୀ ନୃତ୍ୟ, ଭକ୍ତି ରସାତ୍ମକନୃତ୍ୟ , ମାତୃ ବନ୍ଦନା, ଓ ସମ୍ବଲପୁରୀ ନୃତ୍ୟ।

ନୃତ୍ୟଗୀତ୍ୟାଦିରେ ଅନୁଷ୍ଠାନର କୁନି କୁନି ଏବଂ ବରିଷ୍ଟ ଛାତ୍ରଛାତ୍ରୀ ମାନେ ମଞ୍ଚରେ ନିଜର ପ୍ରତିଭା ର ନିଖୁଣ ଉପସ୍ଥାପନ କରି ଦର୍ଶକଙ୍କଙ୍କୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ। ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଲିଙ୍ଗରାଜ ସ୍ୱାଇଁ , ଚିରସ୍ରୋତା ଖୁଣ୍ଟିଆ, ମିରାଦାସ। ବାଦ୍ୟଯନ୍ତ୍ର ରେ ସହଯୋଗ କରିଥିଲେ ଗୁରୁ ବୈକୁଣ୍ଠ ସେଠୀ, ପ୍ରସନ କୁମାର ବେହେରା , ମାନସ କୁମାର ଷଡଙ୍ଗୀ । ସମ୍ପାଦକ ବଦ୍ରିନାରାୟଣ ଖୁଣ୍ଟିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ମଞ୍ଚ ପରିଚାଳନା କରିଥିଲେ ଆଇନ୍ ଜୀବି ଅଞ୍ଜନ କୁମାର ହୋତା ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply