Home / ସଂସ୍କୃତି ଓ ପରମ୍ପରା / ଓଡ଼ିଆ ଭାଷା ଏବଂ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ର ପ୍ରଚାର ପାଇଁ ସତ୍ୟବାଦୀ ରୁ ସିଲଭର ଗାନ୍ଧିଙ୍କ ପଦଯାତ୍ରା

ଓଡ଼ିଆ ଭାଷା ଏବଂ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ର ପ୍ରଚାର ପାଇଁ ସତ୍ୟବାଦୀ ରୁ ସିଲଭର ଗାନ୍ଧିଙ୍କ ପଦଯାତ୍ରା

img 20240204 wa0011

ସତ୍ୟବାଦୀ: ତା ୪.୨.୨୪ ରିପୋର୍ଟ – ସିଂହାରୀ ଆଲୋକ ଖୁଣ୍ଟିଆ, ଦୀପ୍ତି ସୁନ୍ଦର୍, ରଞ୍ଜନ )
ଓଡିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି  ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪। ଫେବୃଆରୀ ୩ରୁ ୫ତାରିଖ ପର୍ଯ୍ୟନ୍ତ ହେଉଥିବା ଏହି ସମ୍ମିଳନୀ ଅବସରରେ ଓଡ଼ିଆ ଭାଷା ର ଏବଂ ଏହି ସମ୍ମିଳନୀର ପ୍ରଚାର ପ୍ରସାର ନିମନ୍ତେ ପ୍ରାୟାସ କରିଛନ୍ତି ସିଲଭର ଗାନ୍ଧୀ ଚରିତ୍ରରେ ଅଭିନେତା ମୋହନ ମହାପାତ୍ର। ଶ୍ରୀଯୁକ୍ତ ମହାପାତ୍ର ବିଗତ ଦିନରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ପାଇଁ ପୁରୀ ରୁ ଦିଲ୍ଲୀ ପଦଯାତ୍ରା କରି ଚର୍ଚ୍ଚିତ ହେବା ସାହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ଗ୍ରାମାଞ୍ଚଳରେ ଗାନ୍ଧୀ ବେଶରେ ବୁଲି ପ୍ରଚାର କରି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଠାରୁ ସମ୍ମାନୀତ ହୋଇଛନ୍ତି। ଏହି ଅବସରରେ ଆଜି ସକାଳ ୧୦ ଘଣ୍ଟା ସମୟରେ ସାକ୍ଷୀଗୋପାଳ ପଞ୍ଚସଖାଙ୍କ ସ୍ମୃତି ପୀଠ ରେ ପହଞ୍ଚି ପଞ୍ଚସଖାଙ୍କ ସମାଧିରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହିତ ପଞ୍ଚସଖା ଙ୍କ ଓଡ଼ିଆ ଭାଷା ପାଇଁ ଅବଦାନ ଅତୁଳନୀୟ ଏବଂ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପାଇଁ ଓଡ଼ିଆ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ବୋଲି ମତ ପ୍ରକାଶ କରିଥିଲେ। ନବନିର୍ମିତ ଓଡିଆ ବିଶ୍ଵ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ରାଜ୍ୟ ସରକାରଙ୍କ ଉଚ୍ଚକୋଟିର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସତ୍ୟବାଦୀ ଅଞ୍ଚଳର ମହିଳା, ଯୁବକ ଏବଂ ସ୍ବେଚ୍ଛାସେବୀ ମାନଙ୍କ ସହିତ ମିଶି “ଆମେ ଓଡ଼ିଆ ଆମ ଭାଷା ବଢିଆ ” ନାରା ଦେଇ ସାକ୍ଷୀଗୋପାଳ ମନ୍ଦିର ପର୍ଯ୍ୟନ୍ତ ଆସି ସାକ୍ଷୀଗୋପାଳ ଙ୍କୁ ଦର୍ଶନ କରି ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲେ।
ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଅନ୍ୟ ରାଜ୍ୟରୁ ଆସିଥିବା ଦର୍ଶନାର୍ଥି ଗାନ୍ଧୀ ବେଶରେ ମୋହନ ମହାପାତ୍ରଙ୍କୁ ଦେଖି ଫୁଲ ମାଳ ଦେଇ ପ୍ରଣାମ କରିବା ସହିତ ଭାରତ ମାତା କି ଜୟ ନରା ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply