Home / ମୁଖ୍ୟ ଖବର / ଭୁବନେଶ୍ଵର ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହେଲା ରେଡ଼ିଓ ମେଳା

ଭୁବନେଶ୍ଵର ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହେଲା ରେଡ଼ିଓ ମେଳା

radio

ଭୁବନେଶ୍ବର: ୧୪.୨.୨୪ – (ସିଂହାରୀ ଆଲୋକ ଖୁଣ୍ଟିଆ) – ରାଜଧାନୀ ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ଦଶମ ଆଉଟରିଚ ଅନ୍ତର୍ଜାତୀୟ ରେଡ଼ିଓ ମେଳା। ଫେବୃୟାରୀ ୧୩ ଏବଂ ୧୪ ତାରିଖ ଦୁଇଦିନ ଧରି ଆୟୋଜିତ ଏହି ମେଳାରେ ଦେଶର ଅନେକ ରେଡ଼ିଓ ପ୍ରସାରକ ଓ ରେଡ଼ିଓ ଷ୍ଟେସନ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରସାରଣ କ୍ଷେତ୍ରରେ ଉତ୍କର୍ଷତା ପାଇଁ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା ।

୨ ଦିନ ଧରି ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ଏସିଆ ମହାଦେଶର ଏକମାତ୍ର ରେଡ଼ିଓ ମେଳା ଦଶମ ଅନ୍ତର୍ଜାତୀୟ ରେଡ଼ିଓ ମେଳା ଅନୁଷ୍ଠିତ ଅବସରରେ ୩ ହଜାରରୁ ଅଧିକ ପ୍ରକାର ପୁରୁଣା ରେଡ଼ିଓ, ପ୍ରସାରଣ ସାମଗ୍ରୀ, ହାମ୍ ରେଡ଼ିଓ ଓ ଗ୍ରାମୋଫୋନ ପ୍ରଦର୍ଶନ ହୋଇଥିଲା। ଫେବୃୟାରୀ ୧୩ ତାରିଖ ବିଶ୍ଵ ରେଡ଼ିଓ ଦିବସକୁ ସ୍ମରଣୀୟ କରିବା ପାଇଁ ଆଉଟରିଚ ପକ୍ଷରୁ ପ୍ରତିବର୍ଷ ଏହି ରେଡିଓ ମେଳାର ଆୟୋଜନ କରାଯାଉଛି । ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ସହାୟତାରେ ରେଡ଼ିଓ ମେଳାରେ ଦୁଇଦିନ ଧରି ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ସାଙ୍ଗକୁ ଗୀତିନାଟ୍ୟ ପ୍ରଦର୍ଶନ କରି ଦର୍ଶକଙ୍କ ମନ ମୋହୋଥିଲେ କଳାକାର।

ଏହି ଅବସରରେ ଓଡ଼ିଶାର ଏକ ଘରୋଇ ନ୍ୟୁଜ ଚ୍ୟାନେଲର ସମ୍ବାଦ ଉପସ୍ଥାପକ ମନୋଜ ମହାପାତ୍ରଙ୍କୁ ଉପେନ୍ଦ୍ର କୁମାର ପାହାଡ଼ସିଂହ ମେମୋରିଆଲ ଆଓ୍ଵାର୍ଡ, ରେଡିଓ ଉପସ୍ଥାପକ ଶଙ୍କର୍ଷଣ ମଙ୍ଗରାଜଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ଵାର୍ଡ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ତାମିଲନାଡୁର ହୋଲି କ୍ରସ କମ୍ୟୁନିଟି ରେଡିଓକୁ ଚଳିତବର୍ଷ ଶ୍ରେଷ୍ଠ କମ୍ୟୁନିଟି ରେଡ଼ିଓ ଭାବରେ,ବିହାରର ରାମବିଳାସ ପ୍ରସାଦଙ୍କୁ ଶ୍ରେଷ୍ଠ ରେଡ଼ିଓ ଶ୍ରୋତା ଭାବରେ ସମ୍ମାନୀତ କରାଯାଇଥିଲା। ଦୁଇଦିନ ଧରି ଆୟୋଜିତ ଏହି ମେଳାରେ ସ୍କୁଲ୍ କଲେଜ ଛାତ୍ର ଛାତ୍ରୀ ଙ୍କ ସହିତ ରାଜ୍ୟର ରେଡ଼ିଓ ପ୍ରେମୀ ମାନେ ଯୋଗଦେଇ ରେଡ଼ିଓ ମେଳା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇ ଥିଲେ। ଏହି କାର୍ଯ୍ୟକ୍ରମକୁ ଆୟୋଜକ ସୁବ୍ରତ କୁମାର ପତି ଏବଂ ଆଉଟରିଚ୍ ଅନୁଷ୍ଠାନ ର ସଦସ୍ୟ ମାନେ ପରିଚାଳନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply