Home / ଆଧ୍ୟାତ୍ମିକ / ଉଦ୍ଘାଟନ ହେଲା ଶ୍ରୀଜଗନ୍ନାଥ ସେବା ସଂସ୍ଥାନ – ଯୋଗଦେଲେ ପ୍ରସିଦ୍ଧ ମଠ ମହନ୍ତ ଏବଂ ସେବାୟତ

ଉଦ୍ଘାଟନ ହେଲା ଶ୍ରୀଜଗନ୍ନାଥ ସେବା ସଂସ୍ଥାନ – ଯୋଗଦେଲେ ପ୍ରସିଦ୍ଧ ମଠ ମହନ୍ତ ଏବଂ ସେବାୟତ

whatsapp image 2024 02 15 at 11.38.40 5a579cbf

ପୁରୀ: ୧୪.୨.୨୪ (ସିଂହାରୀ ଆଲୋକ ଖୁଣ୍ଟିଆ) – ପବିତ୍ର ଶ୍ରୀ ପଞ୍ଚମୀ ଓ ଦେବୀ ସରସ୍ୱତୀଙ୍କ ପୂୂଜା ଅବସରରେ ପୁରୀ ଗଙ୍ଗାମାତା ମଠ, ବାଲି ସାହି ଠାରେ ହୋଇଯାଇଛି ଶ୍ରୀଜଗନ୍ନାଥ ସେବା ସଂସ୍ଥାନ ଧାର୍ମିକ ଅନୁଷ୍ଠାନ ର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ ଉତ୍ସବ। ଏହି ଭବ୍ୟ ଉତ୍ସବରେ ରାଜ୍ୟ ତଥା ଦେଶର ଶତାଧିକ ପୂଜ୍ୟ ମହନ୍ତ,ମହା ମଣ୍ଡଳେଶ୍ବର ଯୋଗଦାନ କରିଥିଲେ। ଏହି ଅବସରରେ ସଂସ୍ଥାନର ସଭାପତି ତଥା ଶ୍ରୀଜଗନ୍ନାଥ ମନ୍ଦିର ଛତିଶାନିଯୋଗ ନାୟକ ଶ୍ରୀଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ସଂସ୍ଥାନର ଲକ୍ଷ୍ୟ ଓ ଉଦ୍ଦେଶ୍ଯ ସଂମ୍ପର୍କରେ ଜଣାଇଥିଲେ। ଏହି ସଂସ୍ଥାନ, “ବିଶ୍ବ ସନାତନ ଧର୍ମପୀଠ ସୁରକ୍ଷା ମଞ୍ଚ ଭାବରେ କାର୍ଯ୍ଯ କରିବ।”

ଏହାର ମୂଳ ଲକ୍ଷ୍ୟ ରହିବ (୧) ସନାତନ ଧର୍ମପୀଠ ମାନଙ୍କର ସୁରକ୍ଷା ପ୍ରୟାସ (୨) ମନ୍ଦିର ମାନଙ୍କର ରୀତିନୀତି ସୁରକ୍ଷା ପ୍ରୟାସ,(୩) ମନ୍ଦିର ମାନଙ୍କରେ ସତସଙ୍ଗ ଅନୁଷ୍ଠାନ ପ୍ରୟାସ (୪) ମନ୍ଦିର ମାନଙ୍କରେ ବନ୍ଦ ହୋଇଥିବା ରୀତିନୀତି ପୁନଃ ପ୍ରଚଳନ ପ୍ରୟାସ (୫) ମନ୍ଦିର ମାନଙ୍କରେ ଭକ୍ତ ମାନଙ୍କର ସୁଗମ ଦର୍ଶନ ପ୍ରୟାସ( ୬)ମନ୍ଦିର ମାନଙ୍କରେ ଶୁଚିତା ଓ ସୁନ୍ଦରତା ରଖିବା ପ୍ରୟାସ (୭) ସମୁହ ବ୍ରତୋପନୟନ ଆୟୋଜନ କରିବା (୮) ସେବକ ଓ ପୂଜକ ମାନଙ୍କୁ କର୍ମଶାଳା ମାଧ୍ୟମରେ ବେଦବେଦାଙ୍ଗ, ଶାସ୍ତ୍ର ପୁରାଣ ଆଦିର ଶିକ୍ଷାଦାନ ଦେବା (୯) ସମିତି ମାଧ୍ୟମରେ ବୈଦିକ ଓ ଗୁରୁକୂଳ ଆଚରଣ ଯୋଗ୍ୟ ଶିକ୍ଷାଦାନ ଦେବାର ବ୍ୟବସ୍ଥା ରହିବ। ଏଥି ନିମନ୍ତେ ଅନୁଷ୍ଠାନ ତରଫରୁ ଖୁବ୍ ଶୀଘ୍ର ବିଦ୍ୟାଳୟ ଖୋଲାଯିବ, ଏହା ବ୍ୟତୀତ ଶ୍ରୀ ଜଗନ୍ନାଥ ସଂସ୍କୃତି କୁ ଲୋକାଭିମୁଖୀ କରିବାକୁ ସଂସ୍ଥାନ ତରଫରୁ ସମସ୍ତ ଆନୁଷଙ୍ଗିକ ପ୍ରୟାସ ଜାରି ରହିବ ବୋଲି ସୂଚନା ପ୍ରଦାନ କରିଛନ୍ତି ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ପାଟଯୋଷି।

ପ୍ରଥମେ ବେଦ ପାଠ ରୁ ଶୁଭାରମ୍ଭ ହୋଇଥିବା ଏହି ଉତ୍ସବରେ ମଠାଧୀଶ,ସେବାୟତ ଏବଂ ସମାଜସେବୀ ମାନେ ଯୋଗଦାନ କରି ଧର୍ମ ଚର୍ଚ୍ଚା କରିବା ସହିତ ମଠ, ମନ୍ଦିର ମାନଙ୍କ ସୁରକ୍ଷା ଏବଂ ସମନ୍ବୟ ରକ୍ଷା ବିଷୟରେ ଆଲୋଚନା କରାଯାଇଥିଲା ପରେ ପରେ ମଠାଧୀଶ ମାନେ ଅନୁଷ୍ଠାନର କାର୍ଯ୍ୟାଳୟକୁ ଉଦ୍ଘାଟନ କରିବା ପରେ ମହାପ୍ରସାଦ ସେବନ କରଯାଇଥିଲା। ଏହି ଉତ୍ସବକୁ ନରେନ୍ଦ୍ର ମହାନ୍ତି, ଭୀମସେନ ପଣ୍ଡା ଏବଂ ବିଶ୍ବରଂଜନ ତ୍ରୀପାଠୀ ପରିଚାଳନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply