Home / ସ୍ୱାସ୍ଥ୍ୟ / ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

rakradana

କାକଟପୁର – ତା ୧୭/୧ ( ତୁଷାର ଦୀକ୍ଷିତ )- ଆଜି ପୁରୀଜିଲ୍ଲା କାକଟପୁର ଥାନା ପରିସରରେ ଆସନ୍ତା ଫେବୃଆରୀ ୨୩ ତାରିଖରେ କାକଟପୁର ଥାନା ଦ୍ୱାରା ଆୟୋଜିତ ଏବଂ କାକଟପୁରର ଅଗ୍ରଣୀ ଅନୁଷ୍ଠାନ ଶିକ୍ଷାର ବିକାଶ ଏଜୁକେଶନାଲ ଟ୍ରଷ୍ଟର ସହଯୋଗରେ ହେବାକୁ ଥିବା ମେଗା ରକ୍ତଦାନ ଶିବିର ଆୟୋଜନ ପାଇଁ କାକଟପୁର ଥାନା ଆଇଆଇସି ଉମେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ରକ୍ତଦାନ ଶିବିରରେ କାକଟପୁର ଅଞ୍ଚଳରେ ସ୍ବେଛାସେବୀ ଅନୁଷ୍ଠାନ,ବ୍ୟବସାୟୀ ସଂଘ, ଅଟୋ ଆସୋସିଏସନ, ଅନ୍ୟାନ୍ୟ ସଂଗଠନ ମାନଙ୍କ ସହିତ ସବୁ ବର୍ଗର ସାଧାରଣ ଜନତା ଉପସ୍ଥିତ ରହି ରକ୍ତଦାନ କରିବା ପାଇଁ ଆଇଆଇସି ଶ୍ରୀଯୁକ୍ତ ସାହୁ ଅନୁରୋଧ କରିଥିଲେ l ରାଜ୍ୟରେ ଥାଲାସେମିଆ ରୋଗରେ ଆକ୍ରାନ୍ତ କୌଣସି ଶିଶୁ ମାନଙ୍କର ଯେମିତି ରକ୍ତର ଅଭାବ ନରୁହେ ସେଥିପ୍ରତି ପ୍ରତ୍ୟେକ ନାଗରିକ ଯତ୍ନବାନ ହେବା ଉଚିତ ବୋଲି ଶିକ୍ଷର ବିକାଶ ଏଜୁକେଶନାଲ ଟ୍ରଷ୍ଟର ନିର୍ଦ୍ଦେଶକ ଦିବ୍ୟରଞ୍ଜନ ସାହୁ ମତବ୍ୟକ୍ତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କାକଟପୁର ଥାନା ଏ ଏସ ଆଇ ପ୍ରମୋଦ କୁମାର ସେଠୀ, ବବ୍ରୁବାହାନ ମହାନ୍ତି, ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ l ଉକ୍ତ ଶିବିରରେ ମୋଟ ୨ ଶହ ୟୁନିଟ ରକ୍ତ ସଂଗ୍ରହ କରାଯିବାର ଲକ୍ଷ ରଖାଯାଇଛି ବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଥିଲା l

SPREAD YOUR LOVE WITH YOUR FRIENDS AND FAMILY

Leave a Reply