Home / ମୁଖ୍ୟ ଖବର / ପୁରୀରେ ମାଗଣା ବ୍ରତୋପନୟନ – ତିନି ରାଜ୍ୟର ୧୫ ଜଣ ହେଲେ ବ୍ରହ୍ମଚାରୀ

ପୁରୀରେ ମାଗଣା ବ୍ରତୋପନୟନ – ତିନି ରାଜ୍ୟର ୧୫ ଜଣ ହେଲେ ବ୍ରହ୍ମଚାରୀ

brata

ପୁରୀ ଶ୍ରୀରାମ ଚନ୍ଦ୍ର ସ୍ୱାମୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ବୈଦିକ ରୀତିନୀତିରେ ସାମୁହିକ ମାଗଣା ବ୍ରତୋପନୟନ ଲୋକନାଥ ମନ୍ଦିର ନିକଟ ଥାନ ପତି ଆଶ୍ରମର ବାଲାଜୀ ମନ୍ଦିର ପରିସରରେ ଜୀୟର ସ୍ୱାମୀ ମଠର ମହନ୍ତ ଶ୍ରୀ ଇନ୍ଦିରା ରମଣ ରାମାନୁଜ ଦାସଜୀ ମାର୍ଗଦର୍ଶନ ରେ ଅନୁଷ୍ଠିତ ହୋଇଯାଇଛି | ଏହି ବ୍ରତୋପନୟନ ରେ ପଶ୍ଚିମ ବଙ୍ଗଳା, ରାଜସ୍ଥାନ, ଓଡିଶା ରାଜ୍ୟର ୧୫ ଜଣ ବ୍ରାହ୍ମଣ ବାଳକ ପରମ୍ପରା ଓ ରୀତିନୀତି ଅନୁସାରେ ବ୍ରହ୍ମଚାରୀ ହୋଇଥିଲେ | କାର୍ଯ୍ୟକ୍ରମ ସ୍ଥଳରେ ଟ୍ରଷ୍ଟ ବୋର୍ଡର ସଦସ୍ୟ ତଥା କଟକୀ ମଠର ମହନ୍ତ ଡ଼ ବିଜୟ ନାରାୟଣ ରାମାନୁଜ ଦାସ, ଜିୟର ସ୍ୱାମୀ ମଠର ସନ୍ଥ ସୁଦର୍ଶନ ରାମାନୁଜ ଦାସ ଜୀ ମହାରାଜ ପ୍ରତ୍ୟେକ୍ଷ ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ |ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଭକ୍ତ ମାନଙ୍କ ସାମୁହିକ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply