Home / ମୁଖ୍ୟ ଖବର / ଏନ୍.ଟି.ପି.ସି କଣିହାଁ ରେ “ତନଭି ସଙ୍ଗମ” ମହିଳା କ୍ଲବ ତରଫରୁ ବସନ୍ତ ମେଳା ଅନୁଷ୍ଠିତ

ଏନ୍.ଟି.ପି.ସି କଣିହାଁ ରେ “ତନଭି ସଙ୍ଗମ” ମହିଳା କ୍ଲବ ତରଫରୁ ବସନ୍ତ ମେଳା ଅନୁଷ୍ଠିତ

ntpc

କଣିହାଁ:୨୬.୨.୨୪ (ସିଂହାରୀ ଆଲୋକ ଖୁଣ୍ଟିଆ)- ଏନ. ଟି. ପି. ସି. କଣିହାଁ ତନଭି ସଙ୍ଗମ ମହିଳା କ୍ଳବ ତରଫରୁ ଆୟୋଜିତ ହେଉଛି ବସନ୍ତ ମେଳା – ୨୦୨୪  ଏବଂ ଏହାର ସଂଜ୍ଞା ରହିଥିଲା “ବସୁଦେବ କୁଟୁମ୍ବକମ୍” । ଏହି ଅବସରରେ  ଆୟୋଜି ସଂସ୍କୃତିକ ଉତ୍ସବର ନାମ ରହିଥିଲା “କଲ୍ଚୁରାଲ କାର୍ଣିଭାଲ୍” l ଏହି ମେଳାକୁ  ଏନ. ଟି. ପି. ସି. କଣିହାଁ ର ସି.ଜି.ଏମ ଅଶୋକ କୁମାର ସେହେଗଲ ଏବଂ ତନଭି ସଙ୍ଗମ ମହିଳା କ୍ଳବର ସଭାପତି ଶ୍ରୀମତୀ ରେଣୁ ଶେହେଗଲ ଉଦଘାଟନ କରିଥିଲେ l ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଆୟୋଜିତ ଏହି ମେଳାରେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ସହ  ଅନେକ ପ୍ରକାର ଦୋକାନର ଷ୍ଟଲ ଖୋଲା ଯାଇଥିଲା, ବିଶେଷ କରି ତନଭି ସଙ୍ଗମ ମହିଳା କ୍ଲବ ର ସଦସ୍ୟ ମାନେ ବିଭିନ୍ନ ରାଜ୍ୟର ପାରମ୍ପରିକ ଖାଦ୍ୟ ଏବଂ କଳା ସଂସ୍କୃତିର ଝଲକ ଦେଇ ସୁନ୍ଦର ଭାବରେ ପ୍ରଦର୍ଶନ କରିଥଲେ। ଛୋଟ ପିଲାଙ୍କ ପାଈଁ କୌତିକିଆ ଖେଳ ସାଙ୍ଗକୁ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଆୟୋଜିତ ହେଇଥିଲା “କଲ୍ଚୁରାଲ କାର୍ଣିଭାଲ୍” , ପ୍ରଥମ ଦିନ ପୁରୀର ସିଂହାରୀ ଏଣ୍ଟରଟେନମେଣ୍ଟ ସାଂସ୍କୃତିକ ସଙ୍ଗଠନ ତରଫରୁ ବନ୍ଦେ ମାତରଂ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଆଧୁନିକ ନୃତ୍ୟ, ଫାୟାର ଡାନ୍ସ ଏବଂ ଯୁବ କଣ୍ଠଶିଳ୍ପୀ ରାଜେଶ ଦାସ ଙ୍କ ମନଛୁଆଁ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି କଲ୍ଚୁରାଲ କାର୍ଣିଭାଲ୍ କୁ ସଂଯୋଜନା କରିଥଲେ ପ୍ରିୟା ଏବଂ ସିଂହାରୀ ଆଲୋକ ଖୁଣ୍ଟିଆ ଏବଂ ଏହାକୁ ପରିଚାଳନା କରିଥିଲେ ଅଧିକାରୀ ରଶ୍ମୀରଂଜନ ବେହେରା।
ମେଳାର ମୁଖ୍ୟ ଉଦ୍ୟେଶ୍ୟ ମନୋରଞ୍ଜନ ଓ ବିକ୍ରିରୁ ଲବ୍ଧ ଅର୍ଥ ରେ ଗରିବ ଲୋକ ମାନଙ୍କ ସେବା। ଏହି ଅବସରରେ ଅତିଥି ମାନେ ନିକଟତମ ଅଞ୍ଚଳର ଶତାଧିକ ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲ୍ ଡ୍ରେସ ବଣ୍ଟନ କରିଥିଲେ।  ଦ୍ୱିତୀୟ ଦିବସରେ  ଏନ. ଟି. ପି.ସି. ର ନିଜସ୍ୱ କଳାକାର ମାନେ ନୃତ୍ୟ, ସଙ୍ଗୀତ ପରିବେଷଣ କରିଥିଲେ ଯାହାକି ବେଶ୍ ମନଲୋଭା ହୋଇଥିଲା। ମେଳାର ସ୍ୱାଦିଷ୍ଠ ଖାଦ୍ୟ ସାଙ୍ଗକୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମନୋମୁଗ୍ଧ ପରିବେଶ କୁ   ଦର୍ଶକ ମାନେ ମନଭରି ଉପଭୋଗ କରିଥିଲେ l ଦର୍ଶକଙ୍କ ଆଗ୍ରହକୁ ନଜରରେ ରଖି ଦୁଇଦିନ ଧରି ହେବାକୁ ଥିବା ଏହି ମେଳା କୁ ଆହୁରି ଦୁଇଦିନ ବଢ଼ାଇବା ପାଇଁ “ତନଭି ସଙ୍ଗମ” ମହିଳା କ୍ଲବ ତରଫରୁ ସୂଚନା ମିଳିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply