Home / ମୁଖ୍ୟ ଖବର / ସତ୍ୟବାଦୀ ଗୁରୁକୁଳ ସ୍କଲାର୍ସର ୭ମ ବାର୍ଷିକ ଉତ୍ସବ ୨୦୨୫, ଅନୁଷ୍ଟିତ

ସତ୍ୟବାଦୀ ଗୁରୁକୁଳ ସ୍କଲାର୍ସର ୭ମ ବାର୍ଷିକ ଉତ୍ସବ ୨୦୨୫, ଅନୁଷ୍ଟିତ

img 20251221 183927

ସତ୍ୟବାଦୀ :୨୧/୧୨/୨୦୨୫ – ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ଗୋପାଳଜୀଉ ଏଡୁକେସନାଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ସତ୍ୟବାଦୀ ଗୁରୁକୁଳ ସ୍କଲାର୍ସର ୭ମ ବାର୍ଷିକ ଉତ୍ସବ ୨୦୨୫, ଅନୁଷ୍ଟିତ ହୋଇଯାଇଛି । ବିଦ୍ୟାଳୟର ପରିଚାଳନା ନିର୍ଦେଶକ ଶ୍ରୀ ଲିଙ୍ଗରାଜ ପଣ୍ଡା ଙ୍କ ସଭାପତିତ୍ବରେ ଏବଂ ଅଧକ୍ଷ୍ୟା ଶ୍ରୀମତୀ ସସ୍ମୀତା ମିଶ୍ର ଙ୍କ ପୌରହିତ୍ୟରେ ଅନୁଷ୍ଟିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାକ୍ଷୀଗୋପାଳ ଉତ୍କଳମଣୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ର ଅଧକ୍ଷ୍ୟା ଶ୍ରୀମତୀ ପୁଷ୍ପମିତ୍ରା ପଟ୍ଟନାୟକ, ଏବଂ ବିଶିଷ୍ଠ ଅତିଥି ଭାବେ ସତବାଦୀ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଦେବାଶିଷ ନାୟକ, ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରି ଉଦ୍ଘାଟନ କରିଥିଲେ। ଏହି ଉତ୍ସବରେ ବିଦ୍ୟାଳୟର ବାର୍ଷିକ କ୍ରୀଡା, ବ୍ୟଞ୍ଜନ ପ୍ରତିଯୋଗିତା ଓ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରଯାଇଥିଲା। ଏବଂ ସ୍କୁଲପ୍ରତି ନିଜର କର୍ତ୍ତବ୍ୟ ପରାୟଣତା ଓ ନିଷ୍ଠା ପାଇଁ ସମସ୍ତ ଶିକ୍ଷୟିତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ଅତିଥିମାନେ ପିଲାମାନଙ୍କୁ ଭଲ ମଣିଷଟିଏ ହେବାପାଇଁ ପ୍ରେରିତ କରିଥିଲେ। କୁନି କୁନି ପିଲା ମାନେ ନିଜର ନୃତ୍ୟକଳା, ଅଭିନୟ ଦ୍ବାରା ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ବାର୍ଷିକ ଉତ୍ସବ ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କର ଆକର୍ଷଣୀୟ ନୃତ୍ୟ ପରିବେଷଣ ଉଚ୍ଚକୋଟୀର ଥିବା ସହିତ ଏହି କାର୍ଯ୍ୟକ୍ରମକୁ ଅତିଥି , ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଆନନ୍ଦର ସହ ଉପଭୋଗ କରିବା ସହ ଅନେକ ପ୍ରସଂଶା କରିଥିଲେ । ଶ୍ରୀଯୁକ୍ତ ଅଞ୍ଜନ କୁମାର ହୋତା ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀଯୁକ୍ତ ତାରିଣୀ ପ୍ରସାଦ ମିଶ୍ର ଏବଂ ପ୍ରମୋଦ କୁମାର ନନ୍ଦ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୂର୍ଣ୍ଣ ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply