Home / ମୁଖ୍ୟ ଖବର / ଶିଳ୍ପୀଗୁରୁ ରଘୁନାଥ ମହାପାତ୍ରଙ୍କ ୮୧ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ-ଶ୍ୟାମାମଣି ଦେବୀ, କୁମକୁମ ମହାନ୍ତି ବଳଦେବ ମହାରଥା, ପ୍ରଭାକର ମହାରଣାଙ୍କୁ ସ୍ମୃତି ସମ୍ମାନ ପ୍ରଦାନ

ଶିଳ୍ପୀଗୁରୁ ରଘୁନାଥ ମହାପାତ୍ରଙ୍କ ୮୧ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ-ଶ୍ୟାମାମଣି ଦେବୀ, କୁମକୁମ ମହାନ୍ତି ବଳଦେବ ମହାରଥା, ପ୍ରଭାକର ମହାରଣାଙ୍କୁ ସ୍ମୃତି ସମ୍ମାନ ପ୍ରଦାନ

raghunath

ଭୁବନେଶ୍ୱର : ତା ୨୪/0୩ /୨୦୨୪ – ଓଡ଼ିଆ ଅସ୍ମିତାର ସ୍ୱର୍ଣ୍ଣିମ କୀର୍ତ୍ତି ଭାସ୍କର୍ଯ୍ୟ କଳାର କାଳଜୟୀ ମୂର୍ତ୍ତିକାର ବିଶିଷ୍ଟ ଶିଳ୍ପୀଗୁରୁ ପ୍ରାକ୍ତନ ସାଂସଦ ପଦ୍ମଵିଭୂଷଣ ରଘୁନାଥ ମହାପାତ୍ରଙ୍କ ୮୧ତମ ଜନ୍ମଜୟନ୍ତl ଆଜି ସନ୍ଧ୍ୟା ୬ ଘଟିକା ସମୟରେ ୟୁନିଟ ୬ ଭୁବନେଶ୍ୱର ପ୍ରଗତି ସ୍ପୋର୍ଟିଙ୍ଗ ସନ୍ନିକଟ ନେତାଜୀ ଭବନ ଠାରେ ପାଳନ କରlଯlଇଛି l ଏହି ସାମ୍ବସ୍ଚରିକ ଉତ୍ସବରେ ମହାମାନ୍ୟ ଅତିଥି ଭାବେ ଭାଷାବିତ୍ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଉପସ୍ଥିତ ରହି ଶିଳ୍ପୀଗୁରୁ ରଘୁନାଥ ମହାପାତ୍ର ସ୍ମୃତି ସମ୍ମାନ ୨୦୨୪ ପ୍ରଦାନ ସହିତ ମହାନ ଆତ୍ମାଙ୍କର ସ୍ମୃତିଚାରଣ କରିଥିଲେ l ଓଡିଶୀ ଶାସ୍ତ୍ରୀୟ ସଂଗୀତର ପ୍ରସିଦ୍ଧ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ, ପ୍ରତିଷ୍ଠିତ ଓଡିଶୀ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ କୁମକୁମ ମହାନ୍ତି, ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମଶ୍ରୀ ପ୍ରଭାକର ମହାରଣା, ସୁପ୍ରସିଦ୍ଧ ଚିତ୍ର ଶିଳ୍ପୀ ବଳଦେବ ମହାରଥାଙ୍କୁ ଏବର୍ଷ ପାଇଁ ଶିଳ୍ପୀଗୁରୁ ରଘୁନାଥ ମହାପାତ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି l ପ୍ରସନ୍ନ ବିଷୋୟୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ l ବାସୁଦେବ ଭଟ୍ଟ ସ୍ୱାଗତ ଭାଷଣ ଦେଇଥିଲେ l ଗୁରୁପଦ ବଳିଆରସିଂହ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ମନୋଜ ଜେନା,ସନ୍ତୋଷ ସେନାପତି,ତାରାକାନ୍ତ ପରିଡା, ,ମାଲା ଜେନା ଆଦିଙ୍କ ସହିତ ଶିଳ୍ପୀଗୁରୁ ରଘୁନାଥ ମହାପାତ୍ର ସ୍ମୃତି ସଂସଦର କାର୍ଯ୍ୟକର୍ତ୍ତା ମାନେ ସ୍ମୃତି ଚାରଣ କରିଥିଲେ l ଜଗବନ୍ଧୁ ଜେନା ଧନ୍ୟବାଦ ଅର୍ପଣ କରିଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply