Home / ମୁଖ୍ୟ ଖବର / ପ୍ରେସ କ୍ଲବ ପକ୍ଷରୁ ନୂତନ ଆଇଆଇସି ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ପ୍ରେସ କ୍ଲବ ପକ୍ଷରୁ ନୂତନ ଆଇଆଇସି ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

satyabadi

କାକଟପୁର- ତା ୨୭/୩/୨୦୨୪ -(ତୁଷାର ଦୀକ୍ଷିତ) – ପୁରୀଜିଲ୍ଲା କାକଟପୁର ଥାନାରେ ଥାନାର ଅଧିକାରୀ ଉମେଶ ଚନ୍ଦ୍ର ସାହୁଙ୍କ ବଦଳି ହେବାପରେ ଏବେ ନୂତନ ଥାନା ଅଧିକାରୀ ଭାବେ ବିଜୟ କେତନ ବେହେରା ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ବେହେରା ପୁରୀଜିଲ୍ଲା ସତ୍ୟବାଦୀ ଥାନାରେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି। ଆଜି କାକଟପୁର ପ୍ରେସ କ୍ଲବ ପକ୍ଷରୁ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିତ, ଉପସଭାପତି ତୁଷାର ରଞ୍ଜନ ଦୀକ୍ଷିତ, ସମ୍ପାଦକ ଆଦିତ୍ୟ କୁମାର ରାଉତ, କୋଷାଧକ୍ଷ ଭାଗବତ ସ୍ୱାଇଁ, ପ୍ରଦୀପ କୁମାର ପଣ୍ଡା, ପ୍ରଦୀପ୍ତ କୁମାର ଦୀକ୍ଷିତ, ପ୍ରଭାତ କୁମାର ଦୀକ୍ଷିତ, ପ୍ରଭାସ କୁମାର ପୃଷ୍ଟି, ପ୍ରଶାନ୍ତ ଜେନା, ପୂର୍ଣଚନ୍ଦ୍ର ପଣ୍ଡା,ନୃସିଂହ ବେହେରା, ମାନସ କୁମାର ଦୀକ୍ଷିତ ପ୍ରମୁଖ ସାମ୍ବାଦିକ ମାନେ ଆଇଆଇସି ଶ୍ରୀ ବେହେରାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ l କାକଟପୁର ଥାନା ଅଧୀନରେ ଥିବା ସମସ୍ତ ଜନସାଧାରଣ କିଭଳି ଭାବେ ପୁଲିସ ଠାରୁ ଉତ୍ତମ ସେବା ପାଇପାରିବା ସହିତ ବିଶ୍ୱାସଭାଜନ ହୋଇପାରିବେ ସେ ପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ବେହେରା ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply