Home / ସଂସ୍କୃତି ଓ ପରମ୍ପରା / ସାଡେଙ୍ଗା ଗ୍ରାମରେ ନିଆରା ପରମ୍ପରା

ସାଡେଙ୍ଗା ଗ୍ରାମରେ ନିଆରା ପରମ୍ପରା

iic

ଲବକୁଶ ଆଶ୍ରମ ପରିସରରେ ଦୋଳ ମେଳଣ ସାମିଲ ହେଲେ ଶହ ଶହ ଭକ୍ତ

କାକଟପୁର ତା ୩୦/୦୩/୨୪ ( ତୁଷାର ଦୀକ୍ଷିତ ) – କାକଟପୁର ବ୍ଳକ ଅଧିନସ୍ଥ କୁଣ୍ଢେଇ ଗ୍ରାମପଞ୍ଚାୟତ ସାଡେଙ୍ଗା ପାଟପୁର ଗ୍ରାମରେ ଥିବା ଲବକୁଶ ଆଶ୍ରମ ପରିସରରେ ୬ ଷ୍ଠ ବାର୍ଷିକ ଦୋଳ ମେଳଣ ଅନୁଷ୍ଠିତ ହୋଇଯାଇଛି l ଏହି ମେଳଣରେ କାକଟପୁର , ଅସ୍ତରଙ୍ଗ ଓ ଗୋପ ଆଦି ୩ ଗୋଟି ବ୍ଳକର ୨୫ ରୁ ଉର୍ଦ୍ଧ ରାଧା କୃଷ୍ଣଙ୍କ ବିମାନ ମେଳଣ ପଡିଆରେ ଅଧିଷ୍ଠିତ ହୋଇଥିଲେ l ପ୍ରଥମେ ବାଗିସାହି ବିମାନ ଆସ୍ଥାନ ଉପରେ ଅଧିଷ୍ଠିତ ହେବା ପରେ କ୍ରମାନ୍ଵୟରେ ଅନ୍ୟ ବିମାନ ଗୁଡିକ ନିଜ ନିଜ ଆସ୍ଥାନ ଉପରେ ବିରାଜମାନ କରିଥିଲେ l ଦୋଳ ମେଳଣ ସଭାପତି ଗୁରୁ ଚରଣ ବିଶ୍ୱାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ସ୍ୱାଇଁ , ସଂପାଦକ ସ୍ୱାଧୀନ କୁମାର ସ୍ୱାଇଁ , ବରିଷ୍ଠ ସଭ୍ୟ ଦଧିବାମନ ବିଶ୍ୱାଳ , କାହ୍ନୁ ଚରଣ ମହାନ୍ତି , ପ୍ରଶାନ୍ତ କୁମାର ନାୟକ , ମଙ୍ଗରାଜ ମହାନ୍ତି , ରାମ ଚନ୍ଦ୍ର ସ୍ୱାଇଁ , ପ୍ରତାପ ଚନ୍ଦ୍ର ସ୍ୱାଇଁ ଙ୍କ ସମେତ ସମସ୍ତ ବିମାନ ଗୁଡିକର କର୍ମକର୍ତ୍ତା ମାନଙ୍କୁ ନେଇ ଏକ ଦେବ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଉତ୍କଳୀୟ ସଂସ୍କୃତି , ଐତିହ୍ୟ ଓ ପରମ୍ପରା ଉପରେ ଆଲୋଚନା ହେବା ସହ ଭାଇ ଚାରର ଭାବକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପରସ୍ପର ପରସ୍ପର ମଧ୍ୟରେ ଫଗୁ ଖେଳିଥିଲେ l ମନ୍ଦିରର କର୍ତ୍ତା ସୁଶାନ୍ତ କୁମାର ନାୟକ ଓ ମାନସ ରଞ୍ଜନ ସ୍ୱାଇଁ ଙ୍କ ତତ୍ୱାବଧାନରେ ପ୍ରତି ବିମାନରେ ଅଧିଷ୍ଠିତ ହୋଇଥିବା ରାଧା କୃଷ୍ଣଙ୍କ ପ୍ରତିମୂର୍ତ୍ତିରେ ନୂତନ ବସ୍ତ୍ର ପ୍ରଦାନ କରାଯିବା ସହିତ ଧୂପ , ଦୀପ ଓ ଆଳତୀ କରାଯାଇଥିଲା l ଏହି ମେଳଣକୁ ବିଭିନ୍ନ ଦିଗରୁ ଆସୁଥିବା ବିମାନ ଗୁଡିକ ଅପୂର୍ବ ସାଜସଜ୍ଜା ସାଙ୍ଗକୁ ଉଜ୍ଜଳ ଆଲୋକ , ପାରମ୍ପରିକ ବାଦ୍ୟ ଓ ଘଣ୍ଟ ଘଣ୍ଟା ବଜାଇ ଶୋଭାଯାତ୍ରାରେ ମେଳଣ ପଡିଆକୁ ଆସିଥିଲେ l ଇତ୍ୟ ଅବସରରେ ପୀଠରେ ଶ୍ରୀରାମ ଚରିତ ମାନସ ପାରାୟଣ ୩ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ବେଳେ ଅଖଣ୍ଡ ନାମ ସଂକ୍ରିତ୍ତନ ସାଙ୍ଗକୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା l ରାତ୍ର ୧0 ଟାରେ ଦୋଳ ଭଉଁରୀ ଖେଳ ଦେଖିବାକୁ ଅସମ୍ଭବ ଭାବେ ଭକ୍ତଙ୍କ ଭିଡ଼ ଜମିଥିଲା l ଶିକ୍ଷାବିତ ଆଦିତ୍ୟ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଦୋଳ ମେଳଣ କାର୍ଯ୍ୟ ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଥିବା ବେଳେ କାକଟପୁର , ତହସିଲଦାର ଅଙ୍କିତା ଅନନ୍ଦିତା ,ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି ଓ କାକଟପୁର ଥାନା ଆଇଆଇସି ବିଜୟ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମର ମୁଖ୍ୟ କର୍ତ୍ତା ଭାବେ ଯୋଗଦେଇଥିଲେ ବୋଲି ଆୟୋଜକ କମିଟି ଠାରୁ ପ୍ରକାଶ

SPREAD YOUR LOVE WITH YOUR FRIENDS AND FAMILY

Leave a Reply