Home / ଅପରାଧ / ୮ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

୮ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

brownsugar

କାକଟପୁରତା ୩୦/୦୩ , (ତୁଷାର ଦୀକ୍ଷିତ ) – ପୁରୀ ପୁଲିସ ଦ୍ବାରା ନିଶା କାରବାର କାରୀଙ୍କ ବିରୁଦ୍ଧରେ ଜରିରହିଥ‌ିବା କାର୍ଯ୍ୟାନୁଷ୍ଠାନକୁ ଆଉ ଏକ ସଫଳତା ମିଳିଛି । ଏହି କ୍ରମରେ କାକଟପୁର ପୁଲିସ ଦ୍ବାରା ପ୍ରାୟ ୦୮ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ସଙ୍ଗେ ସଙ୍ଗେ ଜଣେ ଅଭିଯୁକ୍ତ କୁ ଗିରଫ କରାଯାଇଛି
। ପୁଲିସ ସୂତ୍ରରୁ ପ୍ରକାଶ ଯେ ଆଜି ତା ୩୦.୦୩.୨୦୨୪ ରିଖ ସକାଳେ ବିଶେଷ ସୂତ୍ରରୁ ନିଶା
କାରବାର ହେଉଥିବା ସୂଚନା ପାଇ କାକଟପୁର ଥାନା ଆଇଆଇସି ବିଜୟକେତନ ବେହେରାଙ୍କ ନିର୍ଦେଶ କ୍ରମେ ସବ-ଇନ୍ସପେକ୍ଟର ଅତସୀ ଜେନା
ଙ୍କ ନେତୃତରେ ଏକ ପୁଲିସ ଟୀମ ନିକଟସ୍ଥ ଶ୍ରୀ ସାଇ ମେଡିକାଲ ପାଖ କେନାଲ ରୋଡ ରେ ଚଢାଉ କରି ସେଠାରେ ସନ୍ଦେହ ଜନକ ଭାବରେ ବୁଲୁଥ‌ିବା ନିଶାନ କୁମାର ସାହୁ ଓରଫ ମିଲୁ(୨୬) ପିତା-ମିହିର କୁମାର ସାହୁ ସାକିନ-ମହାପାତ୍ର ସାହି, ଥାନା-କାକଟପୁର, ଜିଲ୍ଲା-
ପୁରୀ କୁ ହେପାଜତକୁ ନେଇ ପଚରାଉଚରା କରିଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଭିଯୁକ୍ତ କୁ ତଲାସି ନେବାରେ ତା ନିକଟରୁ ୦୮ ଗ୍ରାମ ଓଜନର ବ୍ରାଉନ ସୁଗାର ଯାହାର ଆନୁମାନିକ ମୂଲ୍ୟ ୮୦ ହଜାର
ଟଙ୍କା ହେବା ସହିତ ୧୩୦୦ ଟଙ୍କାର ବ୍ରାଉନ ସୁଗାର ପୁଡିଆ ତିଆରିରେ ବ୍ୟବହାର
ହେଉଥ‌ିବା ସାମଗ୍ରୀ ଆଦି ନିଶାନ କୁମାର ସାହୁ ଓରଫ ମିଲୁ ଠାରୁ ଜବତ କରଯାଇଅଛି ।
ବେଆଇନ ନିଷ। ଦ୍ରବ୍ୟ କାରବାର ଅଭିଯୋଗରେ ଅଭିଯୁକ୍ତ ବିରୁଦ୍ଧରେ NDPS ଆଇନ ଅନୁସାରେ କେଶ ନମ୍ବର 79/2024ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି । ପୁରୀ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କ ନିର୍ଦେଶ ମତେ ଆଗାମୀ ଦିନରେ ନିଶାମାଫିଆଙ୍କ ବିରୁଦ୍ଧରେ ଚଢାଉ ଜୋରଦାର ଜାରି ରହିବ ବୋଲି ନିମାପଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଭାତ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି  l

SPREAD YOUR LOVE WITH YOUR FRIENDS AND FAMILY

Leave a Reply