Home / ମୁଖ୍ୟ ଖବର / ସତ୍ୟବାଦୀ ସୃଜନୀକାର ଶୁଭ ଉନ୍ମୋଚନ

ସତ୍ୟବାଦୀ ସୃଜନୀକାର ଶୁଭ ଉନ୍ମୋଚନ

srujanika

ସତ୍ୟବାଦୀ: /୧/୪/୨୦୨୪ (ଶାଶ୍ଵତ ଟିଭି ) “ଉତ୍କଳଦିବସ” ରେ ସତ୍ୟବାଦୀ , ବକୁଳବନ ପଂଚସଖା ସମାଧିପୀଠଠାରେ “ସତ୍ୟବାଦୀ ସାହିତ୍ୟ ସୃଜନୀ ପରିଷଦ “ ଦ୍ବାରା ସତ୍ୟବାଦୀ ସୃଜନିକାର ଉପାଦେୟତା , ଲକ୍ଷ୍ୟ ଉଦ୍ଦେଶ୍ୟ ଓ ପରପିଢିଉପରେ ପ୍ରଭାବ “ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଶିକ୍ଷାବିଦ୍ , ବୁଦ୍ଧିଜୀବି ଓ ଗଣ୍ୟମାନ୍ୟ ବ୍ୟକ୍ତିମାନଂକୁନେଇ ଗଠିତ ଏହି ପରିଷଦ , ନିଜର ସୁଚିନ୍ତିତ ଚିନ୍ତାଧାରକୁ ଗ୍ରହଣକରି ସତ୍ୟବାଦୀର ପଂଚସଖା , ମହାନ୍ ବ୍ୟକ୍ତିତ୍ବ , ବନବିଦ୍ୟାଳୟ , ବକୁଳବନ , ସିଦ୍ଧ ବଳରାମ , ରତ୍ନଚିରା , ଗୁପ୍ତବୃନ୍ଦାବନ ଓ ସର୍ବୋପରି ରାଧାକୃଷ୍ଣଂକର ଅପୂର୍ବ ମିଳନକୁ କଲମମୁନରେ ରୁଦ୍ଧିମନ୍ତକରି ପ୍ରାଧ୍ୟାପକ ଡ. ବସନ୍ତ କୁମାର ରଥଂକ ସମ୍ପାଦନାରେ “ ସତ୍ୟବାଦୀ ସୃଜନିକା” ନାମକ ଏକ ଷଡ୍ ମାସିକ ପତ୍ରିକାର ଶୁଭ ଉନ୍ମୋଚନ କରିଥିଲେ । ଉପସ୍ଥିତ ସମସ୍ତ ସଦସ୍ୟମାନଂକ ମଧ୍ୟରେ ଷଡ ମାସିକ ପତ୍ରିକା “ ସତ୍ୟବାଦୀ ସୃଜନିକା” ଲୋକାର୍ପଣ କରାଯାଇଥିଲା ।

ପ୍ରତ୍ୟେକବର୍ଷ ୧/୪ ଉତ୍କଳ ଦିବସ ଓ ୯/୧୦ ଗୋପବନ୍ଧୁ ଜୟନ୍ତୀରେ ଦୁଇଗୋଟି ଷଡ୍ ମାସିକ ପତ୍ରିକା ଆତ୍ମପ୍ରକାଶ କରିବ ବୋଲି ସମ୍ପାଦକ ଡ. ରଥ ମତବ୍ୟକ୍ତ କରନ୍ତି। ଉକ୍ତ ଆଲୋଚନା ଚକ୍ର ଓ ପତ୍ରିକା ଉନ୍ମୋଚନରେ ଆୟିନଜୀବି ଶ୍ରୀଯୁକ୍ତ ଉମାବଲ୍ଲବ ମହାପାତ୍ର , ପ୍ରାଧାପକ ବୃନ୍ଦାବନ ଚନ୍ଦ୍ର ରଥ, ପ୍ରାକ୍ତନ କେନ୍ଦ୍ରିୟ ଓଡିଆ ଭାଷା ସାହିତ୍ୟର ସମ୍ପାଦକ ମାନସ ରଂଜନ ମହାପାତ୍ର , ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି, ପ୍ରାଧ୍ୟାପକ ଅଭମନ୍ୟୁ ବରାଳ, ଅନାମ ମଲ୍ଲିକ, ବିଜୟ ମିଶ୍ର , ପ୍ରଣବ ମିଶ୍ର ,ପ୍ରାଧ୍ୟାପିକା ସୁଲେଖିକା ବାସନ୍ତୀ ଦେବୀ, ଡ. ଦେବପ୍ରସାଦ ଦାଶ୍ ,ପ୍ରାଧ୍ୟାପକ ଅଜୟ ଦାଶ, ପ୍ରାଧ୍ୟାପିକା ସୁନନ୍ଦା ତ୍ରିପାଠୀ, ଶ୍ରୀମତି ବସନ୍ତ ମଂଜରୀ ମିଶ୍ର , ସୁଜାତା ଦେବୀ ,ବିଶାଖାଦେବୀ , ସୁନନ୍ଦା ମହାନ୍ତି, ବନ୍ଦନା ମହାପାତ୍ର, ଅର୍ଚ୍ଚନା ଦାଶ, ଆୟିନଜୀବି ଗୁଣ୍ଡିଚା ବରାଳ, ବନ୍ଦନା ସାହିତ୍ୟର ସମ୍ପାଦକ ତଥା ଉକ୍ତ ପତ୍ରିକାର ସହ ସମ୍ପାଦକ ରବୀନ୍ଦ୍ର ନାଥ ଷଢଙ୍ଗି ଓ ଅଭୟ ପ୍ରଧାନଙ୍କ ସହିତ ପୁରୀ, ପିପିଲି, ଡେଲାଙ୍ଗ, ଭୂବନେଶ୍ଵର ର ତଥା ସତ୍ୟବାଦୀ ଅଂଚଳର ବହୁ ପ୍ରାବନ୍ଧିକ, କବି ଓ ଲେଖକ ନିଜନିଜର ବହୁମୂଲ୍ୟ ମତାମତଦେଇ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହଯୋଗ କରିଥିଲେ ।ଆଗାମୀଦିନର କାର୍ଯ୍ୟକ୍ରମ ବିଷୟରେ ସାମାନ୍ୟ ଆଲୋଚନାପରେ ରାଜକିଶୋର ପତିଙ୍କ ଦ୍ବାରା ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମର ଆଶୁ ମଙ୍ଗଳ କାମନା କରାଯାଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply