Home / ରାଜନୀତି / ଉତ୍କଳ ଦିବସ ରେ ୫ଟି ଅଧକ୍ଷ ଭିକେ ପାଣ୍ଡିଆନ ଉତ୍କଳମଣୀ ଗୋପବନ୍ଧୁ ଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

ଉତ୍କଳ ଦିବସ ରେ ୫ଟି ଅଧକ୍ଷ ଭିକେ ପାଣ୍ଡିଆନ ଉତ୍କଳମଣୀ ଗୋପବନ୍ଧୁ ଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

pandian

ସତ୍ୟବାଦୀ : ୧/୪/୨୦୨୪ : (ଶାଶ୍ଵତ ଟିଭି)- ଉତ୍କଳ ଦିବସ ରେ ସୁଆଣ୍ଡୋ ରେ ୫ଟି ଅଧକ୍ଷ ଭିକେ ପାଣ୍ଡିଆନ, ସଂଧ୍ୟା ସମୟ ରେ ପହଞ୍ଚି ଉତ୍କଳମଣୀ ଗୋପବନ୍ଧୁ ଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି । ଗୋପବନ୍ଧୁ ଙ୍କ ଷଠି ଘର ଦର୍ଶନ କରିବା ସହିତ ଗୋପବନ୍ଧୁ ଙ୍କ ସଂଗ୍ରହାଳୟ ମଧ୍ୟରେ ଥିବା ଉତ୍କଳମଣୀ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଗୋପବନ୍ଧୁ ଦାସ ଙ୍କ ସ୍ମାରକୀ ସଂଗ୍ରହାଳୟ ବୁଲି ଦେଖିଥିଲେ ଭିକେ ପାଣ୍ଡିଆନ।

ଏହାଛଡା ଉତ୍କଳମଣୀ ଗୋପବନ୍ଧୁ ଙ୍କ ଅଣନାତି ଧୀରେନ୍ଦ୍ର ନାଥ ଙ୍କ ଘର କୁ ଯାଇ କିଛି ସମୟ ତାଙ୍କ ପରିବାର କୁ ଭେଟିଥିଲେ। ଏହାଛଡା ଉତ୍କଳମଣୀ ସଂଗ୍ରହାଳୟ ଭିତରେ ଥିବା ପାର୍କ ରେ ଖେଳୁଥିବା କୁନି ପିଲା ଓ ସେମାନଙ୍କ ଅଭିଭାବକ ମାନଙ୍କ ସହିତ ପାର୍କ ର ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରିବା ସହିତ ସଂଗ୍ରହଲୟ ବାହାରେ ବସି ବେପାର କରୁଥିବା ଉଠା ଦୋକାନୀ ଙ୍କ ସହିତ ଆଲୋଚନା କରି ସେମାନଙ୍କ ଭଲ ମନ୍ଦ ବୁଝି ଥିଲେ। ପାଣ୍ଡିଆନ ଙ୍କ ଏହି ଗ୍ରସ୍ତ ସମୟ ରେ ସତ୍ୟବାଦୀ ବିଜେଡି ପାର୍ଥି ସଞ୍ଜୟ ଦାସବର୍ମା ଓ ସତ୍ୟବାଦୀ ଅଞ୍ଚଳ ର ଶହ ଶହ ସଂଖ୍ୟା ରେ ଜନସାଧାରଣ ଉପସ୍ଥିତ ରହି ଭିକେ ପାଣ୍ଡିଆନଙ୍କୁ ସ୍ଵାଗତ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply