Home / ରାଜନୀତି / ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ରଥ

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ରଥ

manojratha

ସତ୍ୟବାଦୀ : ତା ୧୮.୪.୨୪ (ଶାଶ୍ଵତ ଟିଭି) – ଜାତୀୟ କଂଗ୍ରେସ ଦଳ ତରଫରୁ ସତ୍ୟବାଦୀ ବିଧାନ ସଭା ଆସନ ପାଇଁ ମନୋଜ ରଥ ଙ୍କ ନାମକ ଘୋଷଣା ହେବା ପରେ ଆଜି ସନ୍ଧ୍ୟାରେ ନିଜ ସମର୍ଥକଙ୍କ ସହିତ ଆସି ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ ଶ୍ରୀଯୁକ୍ତ ରଥ।

ପରେ ପରେ ସାକ୍ଷୀଗୋପାଳ ମନ୍ଦିର ସମୁଖରେ ଥିବା ଉତ୍କଳ ମଣି ପଣ୍ତିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଏକ ବାଇକ୍ ରାଲି ରେ ସାକ୍ଷୀଗୋପାଳ ବାସ ଷ୍ଟାଣ୍ଡ ପର୍ୟ୍ୟନ୍ତ ଯାଇ ସେଠାରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ଆଜି ଦଳ ତରଫରୁ ନାମ ଘୋଷଣା ପରେ ସତ୍ୟବାଦୀ କଂଗ୍ରେସ କର୍ମୀ ମାନେ ଉତ୍ସାହିତ ହେବା ସହିତ ମନୋଜ ରଥ ଙ୍କୁ ଭେଟି ଶୁଭେଛା ଜଣାଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply