Home / ଆଧ୍ୟାତ୍ମିକ / ରାଷ୍ଟ୍ରୀୟ ନବ ବର୍ଷ ସମିତି ପକ୍ଷରୁ ରାମନବମୀ ଉପଲକ୍ଷେ ଶୋଭାଯାତ୍ରା

ରାଷ୍ଟ୍ରୀୟ ନବ ବର୍ଷ ସମିତି ପକ୍ଷରୁ ରାମନବମୀ ଉପଲକ୍ଷେ ଶୋଭାଯାତ୍ରା

img 20240418 wa0006

(ତୁଷାର ଦୀକ୍ଷିତ )ତା ୧୭/୦୪/୨୦୨୪- ଆଜିଥିଲା ପବିତ୍ର ରାମାନବମୀ l ପବିତ୍ର ଶ୍ରୀ ରାମ ନବମୀ ଅବସରରେ ପୁର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର ହୋଇଛି । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଦିବସ ରେ ଭକ୍ତ ଏବଂ ଭଗବାନ ଏକତ୍ରିତ ହୋଇଛନ୍ତି । ଭକ୍ତ ମାନେ ଏହି ଅବସରରେ ସ୍ଥାନୀୟ ସ୍ୱମେଶ୍ୱର ଶମ୍ଭୁ ମନ୍ଦିର ପ୍ରାଙ୍ଗଣରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହିତ ମଙ୍ଗଳା ମନ୍ଦିର ଏବଂ ବିଶ୍ଵାମିତ୍ର ମଠ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ । ରାଷ୍ଟ୍ରୀୟ ନବବର୍ଷ ସମିତି ପକ୍ଷରୁ ଆୟୋଜିତ ଉକ୍ତ ଏହି ଶୋଭାଯାତ୍ରାରେ ଅଞ୍ଚଳର ସମସ୍ତ ବର୍ଗର ଲୋକ ମାନେ ସାମିଲ ହୋଇ ଜୟ ଶ୍ରୀ ରାମ ଧ୍ଵନୀରେ ସାରା ଅଞ୍ଚଳକୁ ପ୍ରକମ୍ପିତ କରିଥିଲେ l ଉକ୍ତ ଶୋଭାଯାତ୍ରାକୁ ମିହିର ରଞ୍ଜନ ଦୀକ୍ଷିତ, କାବୁଲା ବିଶ୍ୱାଳ,ସଲିଳ ରଞ୍ଜନ ଦୀକ୍ଷିତ,ରଞ୍ଜିତ କୁମାର ସ୍ୱାଇଁ, ଶ୍ରୀଧର ସ୍ୱାଇଁ, କୈଳାଶ ନାୟକ, ଅଲେଖ ମହାନ୍ତି, ଚିନ୍ମୟ ପ୍ରକାଶ ଦାଶ, ଲିଙ୍ଗରାଜ ଦାଶ, ତୁଷାର ରଞ୍ଜନ ବେହେରା,ରାଜକିଶୋର ମଲ୍ଲିକ, ଶିବପ୍ରସାଦ ପରିଡା, ପ୍ରଦୀପ୍ତ କୁମାର ଦାଶ, ପପୁ ମଲ୍ଲିକ, ପୂର୍ଣଚନ୍ଦ୍ର କାଣ୍ଡି, ଅନୁପ ଦାସ, ପଦ୍ମଚରଣ ସାମଲ, ଚିଣ୍ଟୁ, ପିଣ୍ଟୁ, ପାପୁ ପ୍ରମୁଖ ପରିଚାଳନା କରିଥିଲେ l ସ୍ଥାନୀୟ ବିଧାୟକ ତଥା କ୍ରୀଡା, ଯୁବାବ୍ୟାପାର ଓ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ କାକଟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକଙ୍କୁ ସମିତି ପକ୍ଷରୁ ଶୋଭାଯାତ୍ରା ସ୍ଥଳରେ ସମ୍ବର୍ଦ୍ଦିତ କରାଯାଇଥିଲା l ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା l

SPREAD YOUR LOVE WITH YOUR FRIENDS AND FAMILY

Leave a Reply