ସତ୍ୟବାଦୀ: ତା ୨୯.୪.୨୪ – ସିଂହାରୀ ଆଲୋକ ଖୁଣ୍ଟିଆ- ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ବିଜୁଜନତା ଦଳର ବିଧାୟକ ପ୍ରାର୍ଥ ସଞ୍ଜୟ ଦାସବର୍ମା ନିଜର ନାମାଙ୍କନ ପତ୍ର ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି। ଶ୍ରୀଯୁକ୍ତ ଦାସବର୍ମା ହଜାର ହଜାର କର୍ମୀ ପ୍ରଶଂସକ ଙ୍କ ସହିତ ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ମନ୍ଦିରଠାରୁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ୟ୍ୟନ୍ତ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଥିଲେ। ସତ୍ୟବାଦୀ ଏବଂ କଣାସ ଅଞ୍ଚଳର ପ୍ରତି ପଞ୍ଚାୟତର ହଜାର ହଜାର ସଂଖ୍ୟାରେ ବିଜେଡ଼ି କର୍ମୀ ଓ ନେତା ଯୋଗଦାନକରି ମନଭରି ନାଚିଥିଲେ, କିଏ ବିଜେଡ଼ି ଜିନ୍ଦାବାଦ କହୁଥିବାବେଳେ କିଏ ସଞ୍ଜୟ ଭାଇ ଜିନ୍ଦାବାଦ ଏବଂ ଆଉଅନ୍ୟମାନଙ୍କ ଜୟ ଜଗନ୍ନାଥ ଧ୍ୱନୀରେ କମ୍ପୁଥିଲା ଶୋଭାଯାତ୍ରା। ନାମାଙ୍କନ ଦାଖଲ ପରେ ସତ୍ୟବାଦୀ ର ଜନସାଧାରଣଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିବି ବୋଲି ସଞ୍ଜୟ ଦାସବର୍ମା କହିଛନ୍ତି
Social Icons
Featured Posts











