କାକଟପୁର ତା ,୩୦/୪-( ତୁଷାର ଦୀକ୍ଷିତ ) – ଦ୍ରୁତଗତି ମହାବିପତ୍ତି ,ସଡ଼କ ସୁରକ୍ଷା ଜୀବନ ରକ୍ଷା, ଏହି ଅନୁଶାସନ କୁ ପାଳନ କରିବାକୁ ସରକାରଙ୍କ ତରଫରୁ ଅନେକ ସମୟରେ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି l କିନ୍ତୁ ବାସ୍ତବରେ କେତେ ଏହାକୁ ମାନୁଛନ୍ତି ତାହା ଅନେକ ସମୟ ରେ ଘଟୁଥିବା ଦୁର୍ଘଟଣାରୁ ସହଜେ ଅନୁମେୟ l ଆଜି ମଧ୍ୟାହ୍ନ ସମୟରେ ଅସ୍ତରଙ୍ଗ ବ୍ଲକ ଜିଉଁନ୍ତି ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ (ଓଆର ୦୨ ବି.ଜେ ୦୯୩୮) ଉକୁଳେଇ ସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା ଉକୁଳେଇ ଠାକୁରାଣୀଙ୍କ ନିକଟରୁ ୨ ଜଣ ପୁରୁଷ ଓ ୨ଜଣ ମହିଳା ଭକ୍ତ ଙ୍କୁ ଆଣି କାକଟପୁର ଅଭିମୁଖେ ଆସୁଥିବା ବେଳେ ଭାରସ୍ୟାମ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା l ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ କାକଟପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା l ଖବର ପାଇ ଅସ୍ତରଙ୍ଗ ପୋଲିସ ପହଞ୍ଚି ଡ୍ରାଇଭର କୁ ଅଧିକ ପଚରାଉଚରା କରିବା ପାଇଁ ଥାନାକୁ ଆଣିବା ସହିତ ଅନ୍ୟ ଏକ ଗାଡି ସାହାଯ୍ୟ ରେ ରାସ୍ତା ଉପରୁ ଦୁର୍ଘଟଣା ଗ୍ରସ୍ତ ଅଟୋଟିକୁ ଉଦ୍ଧାର କରି ଥାନା କୁ ନେଇ ଟ୍ରାଫିକ ସମସ୍ୟା କୁ ଦୂରକରିଥିଲେ
ଅଟୋ ଓଲଟି ୪ ଆହତ
No Comments
May 1, 2024 5:32 am

Previous Article
Next Article

ସମର୍ଥକଙ୍କ ସହିତ ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଲେ ସଞ୍ଜୟ ଦାସବର୍ମା
ସମ୍ବଲପୁର ରେ ନାମାଙ୍କନ ଦାଖଲ କଲେ ପ୍ରଣବ ପ୍ରକାଶ ଦାସ

Related Posts
ସୁରଜମଲ୍ଲ ଶାହା ମହାବିଦ୍ୟାଳୟରେ ଗ୍ରୀଷ୍ମକାଳୀନ ସେବା ପ୍ରଶିକ୍ଷଣ ଶିବିର
June 9, 2026
ନୂଆ ଜଗନ୍ନାଥ ସଡ଼କ ଜାତୀୟ ରାଜପଥ ନୋହିଲା
June 9, 2026





