Home / ଶୋକ / ପରଲୋକରେ ସାକ୍ଷୀଗୋପାଳଙ୍କ ଯୁବ ସେବାୟତବିଶ୍ଵନାଥ ମେକାପ (ମିଟୁ)

ପରଲୋକରେ ସାକ୍ଷୀଗୋପାଳଙ୍କ ଯୁବ ସେବାୟତବିଶ୍ଵନାଥ ମେକାପ (ମିଟୁ)

mitu

ସାକ୍ଷୀଗୋପାଳ ମନ୍ଦିରର ଯୁବ ସେବାୟତ ବିଶ୍ଵନାଥ ମେକାପ(ମିଟୁ) ଙ୍କର ମଙ୍ଗଳବାର ଅକାଳ ବିୟୋଗ ହୋଇଛି। ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ୩୯ ବର୍ଷ ବୟସ୍କ ଭଣ୍ଡାର ମେକାପ ସେବାୟତ ମିଟୁଙ୍କ ପେଟରେ ଯନ୍ତ୍ରଣା ହେବାରୁ ରବିବାର ରାତିରେ ପ୍ରଥମେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ଅଵସ୍ଥା ଉଦବେଗଜନକ ହେବାରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମିଟୁ ଜଣେ ମେଳାପି ଯୁବ ସେବାୟତ ହୋଇଥିବାରୁ ତାଙ୍କ ମୃତ୍ୟୁ ଖବର ପାଇବା ପରେ ସେବାୟତ ମାନଙ୍କ ମଧ୍ୟରେ ଏବଂ ସାକ୍ଷୀଗୋପାଳ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି। ମାତାପିତାଙ୍କ ର ଏକମାତ୍ର ପୁତ୍ର ମିଟୁ ଙ୍କ ପତ୍ନୀ ଓ ଦୁଇଟି କନ୍ୟା ରହିଛନ୍ତି, ଜଣଙ୍କୁ ୫ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କୁ ଏକ ବର୍ଷ । ମରଶରୀର ସେବକ ସାହି ରେ ପହଞ୍ଚିବା ପରେ ଯୁବ ସେବାୟତ ମାନେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ପରମ୍ପରା ଅନୁଯାୟୀ ମନ୍ଦିର ରୋଷ ଚୁଲାରୁ ଅଗ୍ନି ସଂଗ୍ରହ କରାଯାଇ ସ୍ଵର୍ଗଦ୍ଵାର ରେ ଅନ୍ତିମ ସଂସ୍କାର କରାଯାଇଥିଲା। ସୂଚନା ମୁତାବକ ସାକ୍ଷୀଗୋପାଳ ଠାରେ ଓଡ଼ିଅ ବିଶ୍ୱବିଦ୍ୟାଳୟ ହେବା ପରେ ସେବାୟତ ମାନଙ୍କ ଶ୍ମଶାନ କୁ ଭାଙ୍ଗିଦିଆଯାଇଛି ଏକ ବର୍ଷ ହେବ ନୂତନ ଶ୍ମଶାନ କରିବାକୁ ପ୍ରତିଶ୍ରୁତି ଦେଇ ମଧ୍ୟ ଚିହ୍ନଟ ସ୍ଥାନରେ ନିର୍ମାଣ କରାଯାଉନଥିବାରୁ ମୃତ୍ୟୁବରଣ କରୁଥିବା ସେବାୟତ ମାନଙ୍କର ନିଜ ଶ୍ମଶାନରେ ଅନ୍ତିମ ସତ୍କାର କରାଯାଇପାରୁନଥିବାରୁ ବାଧ୍ୟ ହୋଇ ପୁରୀ ସ୍ଵର୍ଗଦ୍ଵାର ନିଆ ଯାଉଛି ତେଣୁ ସେବକ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply