Home / ସାମାଜିକ / ଅଗ୍ନି ବିପର୍ଣ୍ଣଙ୍କୁ ଭାରତ ବିକାଶ ପରିଷଦ ତରଫରୁ ସହାୟତା

ଅଗ୍ନି ବିପର୍ଣ୍ଣଙ୍କୁ ଭାରତ ବିକାଶ ପରିଷଦ ତରଫରୁ ସହାୟତା

hep1

ସତ୍ୟବାଦୀ : ତା ୩୦.୫.୨୪ (ଶାଶ୍ଵତ ଟିଭି) – ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ନିକଟସ୍ଥ ବାରବାଟୀ ଗ୍ରାମରେ ଆଜକୁ ୪ ଦିନ ତଳେ କିଛି ଲୋକଙ୍କ ଘରେ ନିଆଁ ଲାଗି ସବୁକିଛି ଜଳି ପୋଡି ପାଉଁଶ ହୋଇଯାଇଥିଲା l ଏହି ଦୁଃଖଦ ଖବର ପାଇବା ପରେ ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖା ତରଫରୁ ଅଗ୍ନିକାଣ୍ଡ ରେ କ୍ଷତିଗ୍ରସ୍ତ ପରିବାରଙ୍କୁ କିଛି ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ଓ ପିଲାମାନଙ୍କ ପାଇଁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି l

hep 1

ଏହି କାର୍ଯ୍ୟ ରେ ଭାରତ ବିକାଶ ପରିଷଦ ର ଓଡିଶା ପୂର୍ବପ୍ରାନ୍ତ ସଭାପତି ଶ୍ରୀଯୁକ୍ତ ସତ୍ୟବାଦୀ ଦାଶ, ଓଡିଶା ପୂର୍ବ ପ୍ରାନ୍ତ ମିଡ଼ିଆ ପ୍ରଭାରୀ ଶ୍ରୀଯୁକ୍ତ ନିହାର ରଞ୍ଜନ ସ୍ୱାଇଁ, ସତ୍ୟବାଦୀ ଶାଖାର ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସଚିବ ନବଘନ ଶତପଥି, ଅର୍ଥ ସଚିବ ବିଜୟ କୁମାର ପରିଡା, ସଂଗଠନ ସଚିବ ସୁନୀଲ କୁମାର ବେହେରା, ସଂସ୍କାର ସଚିବ ବିଭୁ ପ୍ରସାଦ ମହାପାତ୍ର, ସେବା ସଚିବ ଲିଙ୍ଗରାଜ ସାହୁ, ସ୍ୱାସ୍ଥ୍ୟ ସଚିବ ଅମୀୟ କୁମାର ସ୍ୱାଇଁ, ମହିଳା ବାଳବିକାଶ ସଚିବ ରିତା ତ୍ରିପାଠୀ, ଉପସଭାପତି ଦେବରାଜ ନାୟକ ଓ ଵିଷ୍ଣୁ ମହାରଣା, ବ୍ରହ୍ମନନ୍ଦ ମହାରଣା, ପ୍ରଫୁଲ୍ଲ କୁମାର ପଣ୍ଡା, ପ୍ରଜ୍ଞା ପାରମିତା ସ୍ୱାଇଁ, ଅଂଶୁମାନ ସ୍ୱାଇଁ, ଦେବେନ୍ଦ୍ର ନାଥ ସାହୁ, ପୂର୍ଣ୍ଣଚନ୍ଦ୍ର ପରିଡା, ଦାଶରଥି ବରାଳ ଓ ଶାଖାର ସମସ୍ତ ସଦସ୍ୟମାନେ ସହୃଦୟତାର ସହ ଯଥାସମ୍ଭବ ସାହାଯ୍ୟ କରି ଉପସ୍ଥିତ ରହି ଅଗ୍ନି ବିପର୍ଣ୍ଣ ପରିବାର ର ଲୋକମାନଙ୍କୁ ସହଯୋଗ ର ହାତ ବଢ଼ାଇଛନ୍ତି l

ଅଗ୍ନି ଵିପନ୍ନ ପରିବାରବର୍ଗଙ୍କ ଅସମୟରେ ସେମାନଙ୍କ ପାଖରେ ପହଞ୍ଚି ସେଠାରେ ରୋଷେଇ କରି ସେମାନଙ୍କୁ ରନ୍ଧା ଖାଦ୍ୟ ଦେଇ ଶୁଖିଲା ଖାଦ୍ୟ ଓ ପିଲାମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରିଥିବାରୁ ଅଞ୍ଚଳବାସୀ ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖା ର ଏହି ମହନୀୟ କାର୍ଯ୍ୟ କୁ ଉଚ୍ଚ ପ୍ରଶଂସା କରିଛନ୍ତି ll

SPREAD YOUR LOVE WITH YOUR FRIENDS AND FAMILY

Leave a Reply