Home / ଆଧ୍ୟାତ୍ମିକ / ସ୍ନାନ ପୂର୍ଣ୍ଣିମା ରେ ସର୍ବାଙ୍ଗ ଚନ୍ଦନ ବେଶରେ ଦର୍ଶନ ଦେଲେ ମା ମଙ୍ଗଳା

ସ୍ନାନ ପୂର୍ଣ୍ଣିମା ରେ ସର୍ବାଙ୍ଗ ଚନ୍ଦନ ବେଶରେ ଦର୍ଶନ ଦେଲେ ମା ମଙ୍ଗଳା

maa mangala

ରଣପୁର: ୨୩.୬.୨୪ (ଶାଶ୍ଵତ ଟିଭି ) – ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ର ବଡ଼ ଦାଣ୍ଡ ରେ ପୂଜା ପାଉଥିବା ମା ମଙ୍ଗଳାଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମନ୍ଦିରର ସେବାୟତ ବିରଜା ମିଶ୍ର, ଅଭିନାଶ ରଥ, କୁନା ମିଶ୍ର, ଜଗନ୍ନାଥ୍ ମାହାନ୍ତି, ସୁଜିତ୍ କୁମାର ସାହୁ ପ୍ରମୁଖ ଚନ୍ଦନ, କର୍ପୁର, ଅଗୁରୁ, କେଶର, କଜ୍ଜଳ ସହିତ ସୁବାସିତ ଫୁଲ ରେ ମା ମଙ୍ଗଳାଙ୍କୁ ସର୍ବାଙ୍ଗ ଚନ୍ଦନ ବେଶରେ ସଜାଇଥିଲେ ସେବାୟତ ମାନେ। ପରେ ପରେ ଛେନାପଣା ଭୋଗ ମା ଙ୍କୁ ଲାଗି କରାଯାଇଥିଲା। ନିକଟତମ ଅଞ୍ଚଳର ଶତାଧିକ ଭକ୍ତ ମାଙ୍କୁ ଦର୍ଶନ ସହିତ ପଣା ଭୋଗ ପାଇ ଆଶୀର୍ବାଦ ଲାଭ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply