Home / ଶିକ୍ଷା / ଜଗନ୍ନାଥ ଦର୍ଶନ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଟିତ ହେଲା ଶିକ୍ଷାଶ୍ରୀ ସମ୍ମାନ ସମାରୋହ – ୨୦୨୪

ଜଗନ୍ନାଥ ଦର୍ଶନ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଟିତ ହେଲା ଶିକ୍ଷାଶ୍ରୀ ସମ୍ମାନ ସମାରୋହ – ୨୦୨୪

sikhyashri

ପୁରୀ: ୨୩.୬.୨୪ (ଶାଶ୍ଵତ ଟିଭି) – ପୁରୀ ଜଗନ୍ନାଥ ଦର୍ଶନ ଅନୁଷ୍ଠାନ ପକ୍ଷରୁ ଶିକ୍ଷାଶ୍ରୀ ସମ୍ମାନ ସମାରୋହ ୨୦୨୪ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ପୁରୀ ସଦର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବଲାଙ୍ଗୀର ର ସମାଜସେବୀ ବାସୁଦେବ ପତି, ଇଂ ସୂର୍ଯ୍ୟ ରଥ,ପ୍ରାକ୍ତନ ଶାସନ ସଚିବ ବିନୋଦ ପଣ୍ଡା,ବୁଦ୍ଧିଜୀବି ଦେବାଶିଷ ତ୍ରିପାଠୀ,ସମାଜସେବୀ ଚକ୍ରଧର ମହାପାତ୍ର ଏବଂ ଅନୁଷ୍ଠାନର ସଂଯୋଜକ ସଞ୍ଜୀବ କୁମାର ରଥ ଶର୍ମା ଯୋଗଦାନ କରି ମହାପ୍ରଭୁ ଙ୍କ ନିକଟରେ ପ୍ରଦୀପ ପ୍ରଯୋଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।ଏହାପରେ ସଭାକାର୍ଯ୍ୟ ଆରମ୍ଭରେ ଅତିଥି ମାନେ ନିଜ ଅଭିଭାଷଣରେ ବୃକ୍ଷ ହିଁ ଜୀବନ ,ଜୀବନରେ ବିଦ୍ୟା ଅଧ୍ୟୟନ କରିବା ସହ ସମାଜସେବା ରେ ନିଜକୁ ନିୟୋଜିତ କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ଵାନ ଦେଇଥିଲେ ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ସହ ହନୁମାନ ଚାଳିଶା ପଠନ କରାଯାଇଥିଲା ।ଏହାପରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବା ସହ ଚଳିତ ବର୍ଷ ପୁରୀ ଜିଲ୍ଲାର ଦଶମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୧୦୦ ଜଣ ଏବଂ +୨ ରେ ଟପର ହୋଇଥିବା ୮ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା ଏବଂ ସମସ୍ତ ପୁରସ୍କୃତ ଛାତ୍ର ଛାତ୍ରୀ ଙ୍କୁ “ଗୋଟିଏ ବୃକ୍ଷ ଗୋଟିଏ ଜୀବନ” ର ବାର୍ତା ଦେଇ ବୃକ୍ଷ ବଣ୍ଟନ କରାଯାଇଥିଲା ।ଶେଷରେ ଅନୁଷ୍ଠାନର ସଂଯୋଜକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ୍ ଜଣାଇ କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply