Home / ମୁଖ୍ୟ ଖବର / ଭାରତ ଗ୍ୟାସ ତରଫରୁ ଆରମ୍ଭ ହେଲା ଗ୍ୟାସ୍ ସୁରକ୍ଷା ଅଭିଯାନଘର ଘର ବୁଲି ଗ୍ୟାସ୍ ସୁରକ୍ଷା ତଦାରଖ କରିବେ ଅଧିକାରୀ

ଭାରତ ଗ୍ୟାସ ତରଫରୁ ଆରମ୍ଭ ହେଲା ଗ୍ୟାସ୍ ସୁରକ୍ଷା ଅଭିଯାନଘର ଘର ବୁଲି ଗ୍ୟାସ୍ ସୁରକ୍ଷା ତଦାରଖ କରିବେ ଅଧିକାରୀ

img 20240624 wa0007

ସାକ୍ଷୀଗୋପାଳ: ତା ୨୪.୬.୨୪(ଶାଶ୍ଵତ ଟିଭି) – ଭାରତ ଗ୍ୟାସ କମ୍ପାନୀ ତରଫରୁ ଆରମ୍ଭ ହୋଇଛି ଗ୍ୟାସ ସୁରକ୍ଷା ତଦାରଖ ଅଭିଯାନ। ଏହି ଅବସରରେ ଆଜି ସାକ୍ଷୀଗୋପାଳ ର ରିହା ଗ୍ୟାସ ଏଜେନ୍ସି ତରଫରୁ ପେଣ୍ଠପଡ଼ା ପଞ୍ଚାୟତ ର ବାସୁକେରା ଗ୍ରାମରେ ଘରକୁ ଘର ବୁଲି ଭାରତ ଗ୍ୟାସ ଗ୍ରାହକଙ୍କର ରୋଷେଇ ଘରେ ଗ୍ୟାସ ସିଲିଣ୍ଡର, ଚୁଲା, ପାଇପ ସବୁ ତଦାରଖ କରଯାଇଥିଲା।

bharat gas1

ଭାରତ ଗ୍ୟାସ କମ୍ପାନୀ ର ପୁରୀ ଜିଲ୍ଲା ବିକ୍ରୟ ଅଧିକାରୀ ମୟଙ୍କ ରାୟ, ରୀହା ଗ୍ୟାସ ଏଜେନ୍ସି ପରିଚାଳନା ନିର୍ଦ୍ଦେଶକ ଶେଖ୍ ଅବଦୁଲ ସମିମ, କର୍ମଚାରୀ ଲକ୍ଷ୍ମୀଧର ନାୟକ, ମମତା ବେହେରା ପ୍ରମୁଖ ଏହି ଅଭିଯାନ ରେ ସାମିଲ୍ ହୋଇ ଗ୍ରାହକ ମାନଙ୍କ ଘରେ ଗ୍ୟାସ ସୁରକ୍ଷା କୁ ତଦାରଖ କରିଥିଲେ।
ତା ସହିତ ଗୃହିଣୀ ମାନେ କିପରି ସୁରକ୍ଷିତ ଭାବରେ ଗ୍ୟାସ୍ ରେ ରୋଷେଇ କରିବେ, କୌଣସି ଦୁର୍ଘଟଣା ରୁ ନିଜକୁ କିପରି ସୁରକ୍ଷିତ ରଖିବେ ସେ ବିଷୟରେ ସଚେତନ କରାଇ ଥିଲେ। ଆଜି ଠାରୁ ଏହି ଗ୍ୟାସ ସୁରକ୍ଷା ଅଭିଯାନ ରେ ପ୍ରତ୍ୱେକ୍ ଭାରତ ଗ୍ୟାସ ଗ୍ରାହକଙ୍କ ଘରକୁ ଘର ବୁଲି ଏଜେଣ୍ଟ ମାନେ ତଦାରଖ କରିବା ସହିତ ସଚେତନ କରାଇବେ ବୋଲି ସୂଚନା ମିଳିଛି।

bharat gas2
SPREAD YOUR LOVE WITH YOUR FRIENDS AND FAMILY

Leave a Reply