Home / ସାମାଜିକ / ସେବକ ସମିତି ତରଫରୁ ଗାଁ ଶ୍ମଶାନକୁ ଆଲୋକୀକରଣ

ସେବକ ସମିତି ତରଫରୁ ଗାଁ ଶ୍ମଶାନକୁ ଆଲୋକୀକରଣ

img 20240629 wa0009

କାକଟପୁର ୨୯/୦୬/୨୪ (ତୁଷାର ଦୀକ୍ଷିତ ) ସେବାୟତ ପରିବାର ଙ୍କ ସ୍ମଶାନ ଟି ଦୀର୍ଘ ବର୍ଷ ହେବ ଆଲୋକୀକରଣ ନ ହେବାରୁ ରାତିରେ ଶବ ଦାହ ଓ କ୍ରିୟା କର୍ମ କରିବା ପାଇଁ ସେବାୟତ ମାନେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଥିଲେ l ସେଠାରେ ଆଲୋକ ର ବ୍ୟବସ୍ଥା ନ ଥିବାରୁ ଗତ ଦୁଇ ବର୍ଷ ତଳେ କାକଟପୁର ସମିତି ସଭ୍ୟ ସମରେନ୍ଦ୍ର ଦୀକ୍ଷିତ ତାଙ୍କ ସମିତି ସଭ୍ୟ ଦରମାରୁ ପ୍ରାୟ 20 ହଜାର ଖର୍ଚ୍ଚ କରି ଏକ ସୋଲାର ଲାଇଟ ର ବ୍ୟବସ୍ଥା କରିଥିଲେ,

ହେଲେ ଗୋଟିଏ ସୋଲାର ଲାଇଟ ଲାଇନ ସମସ୍ୟା ର ସମାଧାନ ନ କରି ପାରିବାରୁ ଗାଁ ସେବକ ସମିତି ରେ ଏହି ବିଷୟରେ ଆଲୋଚନା କରାଯାଇ ତୁରନ୍ତ ସମାଧାନ କରିବା ଦିଗରେ ସଭାପତି ଙ୍କ ନିର୍ଦେଶ କ୍ରମେ ଉପସଭାପତି କମଳ ଲୋଚନ ଦୀକ୍ଷିତ,ଅଶୋକ କୁମାର ଦୀକ୍ଷିତ, ପବିତ୍ର କୁମାର ଦୀକ୍ଷିତ, ହିମାଂଶୁ ଭୂଷଣ ଦୀକ୍ଷିତ, ପବିତ୍ର ମୋହନ ଦୀକ୍ଷିତ, ତୁଷାର ରଞ୍ଜନ ଦୀକ୍ଷିତ ଉପସ୍ଥିତ ରହି ଏହି ଜନ ହିତକର ଯୋଜନା ରେ ନିଜକୁ ସାମିଲ କରିବା ସହିତ ଗତ କାଲି ଶ୍ମଶାନ କୁ ଆଲୋକିତ କରାଯାଇଥିଲା, ସମସ୍ତ ଖର୍ଚ୍ଚ ସେବକ ସମିତି ବହନ କରିଥିବା ବେଳେ ସେବାୟତ ନିଯୋଗ ରରଫରୁ ଏହି କାର୍ଯ୍ୟକ୍ରମ କୁ ଗ୍ରାମବାସୀ ମାନେ ଭୁୟସୀ ପ୍ରଶଂସା କରିଥିଲେ।

img 20240629 wa0008
SPREAD YOUR LOVE WITH YOUR FRIENDS AND FAMILY