Home / ମୁଖ୍ୟ ଖବର / ସତ୍ୟବାଦୀରେ ଉତ୍କଳମଣିଙ୍କ ୯୬ତମ ଶ୍ରାଦ୍ଧ ଦିବସ ମହାଆଡମ୍ବରରେ ପାଳିତ

ସତ୍ୟବାଦୀରେ ଉତ୍କଳମଣିଙ୍କ ୯୬ତମ ଶ୍ରାଦ୍ଧ ଦିବସ ମହାଆଡମ୍ବରରେ ପାଳିତ

gopabandhu


ସାକ୍ଷୀଗୋପାଳ : ୬.୭.୨୪ – ସିଂହାରୀ ଆଲୋକ ଖୁଣ୍ଟିଆ- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କର୍ମଭୂମି ସତ୍ୟବାଦୀରେ ଆଜି ଶାସ୍ତ୍ରୀୟ ମତରେ ୯୬ ତମ ଶ୍ରାଦ୍ଧ ଦିବସ ପାରମ୍ପରିକ ରୀତିରେ ପାଳନ ହୋଇଯାଇଛି। ପୂର୍ବାହ୍ନ ସାତଟା ସମୟରେ ଉତ୍କଳ ମଣିଙ୍କ ପ୍ରତିଷ୍ଠିତ ସତ୍ୟବାଦୀ ଉଚ୍ଚବିଦ୍ୟାଳୟ ପରିସର ସଫେଇ ପରେ ପଞ୍ଚସଖା ସମାଧି ପୀଠ ଏବଂ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ଧୂପ ଦୀପ ଓ ମାଲ୍ୟାର୍ପଣ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଗୋପ କବିତା ଗାନକରି ଓଡ଼ିଆ ବିଶ୍ଵବିଦ୍ୟାଳୟ ପରିସରରେ ଥିବା ରାଧା କୁଣ୍ଡ ନିକଟରେ ପହଞ୍ଚି ଉତ୍କଳ ମଣଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ଉଚ୍ଚବିଦ୍ୟାଳୟ,ସରକାରୀବାଳିକା ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ , କ୍ଲବ୍ ସତ୍ୟବାଦୀ, ଭାରତ ବିକାଶ ପରିଷଦ, ସତ୍ୟବାଦୀ ସ୍ୱାଭିମାନ ମଞ୍ଚ, ସତ୍ୟବାଦୀ ସାକ୍ଷୀଗୋପୀନାଥ ମନ୍ଦିରର ସେବାୟତ, ମିଶନ ସତ୍ୟବାଦୀ, ସତ୍ୟବାଦୀ ଯୋଗ ପରିବାର ଏବଂ ଅନ୍ୟ ବିଭିନ୍ନ ସଂଗଠନର କର୍ମକର୍ତା ମାନେ ଯୋଗଦେଇ ପୁରୋହିତ ଦ୍ୱାରା ସଂକଳ୍ପ ନେଇ ପିଲାମାନଙ୍କସହ  ତିଳ ତର୍ପଣ ତର୍ପଣ ସହିତ ସ୍ମୃତିଚାରଣ କରିଥିଲେ । ପରେ ପରେ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିଶ୍ଵବାସୀ ତ୍ରିପାଠୀ ଏବଂ ପୂଜାପଣ୍ଡା ବିଶ୍ଵନାଥ ମହାପାତ୍ର ଙ୍କ ଉପସ୍ଥିତିରେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି କୁ ସ୍ନାନ ସହିତ ଫୁଲ, ଚନ୍ଦନ, ଫୁଲମାଳ, ଦୀପ, ଧୂପ ଦେଈ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ସତ୍ୟବାଦୀ ଊଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳମଣିଙ୍କ ଉଦ୍ଦେଶ୍ୟରେ ମିଶନ ଏକ ସ୍ମୃତିଚାରଣ ସଭା ମିଶନର ସଭାପତି ଶ୍ରୀଯୁକ୍ତ ସତ୍ୟବାଦୀ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା, ଉକ୍ତ ସଭାରେ ଓଡିଆ ସାହିତ୍ୟ ଗବେଷକ ଓ ବିଛିନ୍ନଞ୍ଚଳରେ ଓଡିଆ ଭାଷାକୁ ପ୍ରଚାର ପ୍ରସାର କରୁଥିବା ବର୍ଷିଆନ ସାହିତ୍ୟ ସାଧକ ଶ୍ରୀଯୁକ୍ତ ପର୍ଶୁରାମ ଦ୍ଵି୍ବେଦି ମୁଖ୍ୟ ଅତିଥି, ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟ ଓଡିଆ ସାହିତ୍ୟ ବିଭାଗର  ପ୍ରାକ୍ତନ ପ୍ରଫେସର ଶରତ ଚନ୍ଦ୍ର ରଥ ମୁଖ୍ୟ ବକ୍ତା ଏବଂ ବିଶିଷ୍ଟ ସମାଜ ସେବୀ ସୀତାବଳଭ ମହାପାତ୍ର ସାନମାନୀତ ଅତିଥି ଭାବରେ ଯୋଗଦେଇଥିଲେ. ପ୍ରାରମ୍ଭରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀମତୀ ବୈଜୟନ୍ତୀ ମିଶ୍ର ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ. ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ବିତ୍ତରଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମରେ ସ୍ବେଛାସେବୀ ଦେବାଶିଷ ମିଶ୍ର, ସିଂହାରୀ ଆଲୋକ ଖୁଣ୍ଟିଆ , କ୍ରିଡ଼ା ଶିକ୍ଷକ ସୁଚିତ୍ର ଖଟେଇ ପରିଚାଳନା କରିଥିବା ବେଳେ, ବସନ୍ତ , ସବିତା ରଥ,ଦୀପା ଗୁରୁ ଏବଂ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY