Home / ଆଧ୍ୟାତ୍ମିକ / ତୁଳସୀ ଚଉରା ରେ କଳସ ପୂଜନ, ପଦ୍ମ ବିଭୂଷଣ ଜଗତଗୁରୁ ରାମ ଭଦ୍ରାଚାର୍ଯ୍ୟ ଙ୍କୁ ଦର୍ଶନ କଲେ ସାଂସଦ ଓ ମନ୍ତ୍ରୀ

ତୁଳସୀ ଚଉରା ରେ କଳସ ପୂଜନ, ପଦ୍ମ ବିଭୂଷଣ ଜଗତଗୁରୁ ରାମ ଭଦ୍ରାଚାର୍ଯ୍ୟ ଙ୍କୁ ଦର୍ଶନ କଲେ ସାଂସଦ ଓ ମନ୍ତ୍ରୀ

rama bhadracharya

ପୁରୀ : ପୁରୀ ଚନ୍ଦନପୁର ନିକଟସ୍ଥ ତୁଳସୀ ଚଉରା ଗ୍ରାମ ସ୍ଥିତ ତୁଳସୀ ପୀଠ ଠାରେ ୯ ଜୁଲାଇ ରେ ହେବାକୁ ଥିବା ସନ୍ଥ ତୁଳସୀ ଦାସ ଙ୍କ ପ୍ରତିମୂର୍ତ୍ତି ସ୍ଥାପନା ଅବସରରେ ଆଜି କଳସ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ବଦ୍ରୀନାଥ ରୁ ପଦାର୍ପଣ କରିଥିବା ବାଳକ ଯୋଗେଶ୍ୱର ଦାସ ଜୀ ମହାରାଜ ଙ୍କୁ ଭବ୍ୟ ସ୍ୱାଗତ କରି ବେଦ ଦ୍ୱନି ମଧ୍ୟରେ ତୁଳସୀ ପୀଠକୁ ପାଛୋଟି ନେଇଥିଲେ |

rama bhadracharya1

ଏହି ସମୟରେ ଗୋବିନ୍ଦ ଗୋଧାମ ଗୋଶାଳା ର ପ୍ରତିଷ୍ଠାତା ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା, ସାମ୍ବାଦିକ ବିଷ୍ଣୁଦତ୍ତ ଦାସ,ରାଜ୍ୟ ବିଜେପି ନେତ୍ରୀ ରଂଜିତା ପାଢ଼ୀ, ସମାଜସେବୀ ଦିଲ୍ଲୀପ ଖଣ୍ଡେଲବାଲ, ଅଯୋଧ୍ୟା ର ସ୍ୱାମୀ ଅଜୟ ରାମଦାସ, ମଧ୍ୟପ୍ରଦେଶ ର ବିଜେପି ନେତା ସଞ୍ଜୟ ସକ୍ସେନା, ହଂସ ରାଜ ଜୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ପୁରୀ ଠାରେ ଏକ ଘରୋଇ ଅନୁଷ୍ଠାନ ରେ ଅବସ୍ଥାନ କରୁଥିବା ଚିତ୍ରକୂଟ ତୁଳସୀ ପୀଠଧୀଶ୍ୱର ଜଗତଗୁରୁ ରାମାନନ୍ଦା ଚାର୍ଯ୍ୟ ପଦ୍ମ ବିଭୂଷଣ ରାମ ଭଦ୍ରାଚାର୍ଯ୍ୟ ମହାରାଜ ଙ୍କୁ ପୁରୀ ସାଂସଦ ଡ଼ା ସମ୍ବିତ ପାତ୍ର,ଓଡିଶା ର ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାୟକ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ପ୍ରମୁଖ ଗୁରୁଜୀ ଙ୍କୁ ଦର୍ଶନ କରି ଆଶ୍ରିବାଦ ଲାଭ କରିଥିଲେ | ଏହି ସମୟରେ ଗୋବିନ୍ଦ ଗୋଧାମ ଗୋଶାଳା ର ପ୍ରତିଷ୍ଠାତା ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା, ସାମ୍ବାଦିକ ବିଷ୍ଣୁଦତ୍ତ ଦାସ,ରାଜ୍ୟ ବିଜେପି ନେତ୍ରୀ ରଂଜିତା ପାଢ଼ୀ, ରବି ସାମନ୍ତରାୟ ଉପସ୍ଥିତ ଥିଲେ 

SPREAD YOUR LOVE WITH YOUR FRIENDS AND FAMILY