Home / ମୁଖ୍ୟ ଖବର / ରଥଯାତ୍ରାରେ ଆସ୍ପର ଅନୁଷ୍ଠାନ ତରଫରୁ ନିଶୁକ୍ଳ ବୋତଲ ପାଣି ବଣ୍ଟନ,

ରଥଯାତ୍ରାରେ ଆସ୍ପର ଅନୁଷ୍ଠାନ ତରଫରୁ ନିଶୁକ୍ଳ ବୋତଲ ପାଣି ବଣ୍ଟନ,

water bottle

ପୁରୀ, ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ବିଶ୍ୱ ପ୍ରଶିଦ୍ଧ ରଥଯାତ୍ରା ରେ ସମାଜସେବୀ ଅନୁଷ୍ଠାନ ଆସ୍ପର(Aspar) ,ଭାରତୀୟ ମାନକ ବ୍ୟୁରୋ(BIS) ଭାରତ ସରକାର ଏବଂ ପୂର୍ବ ତଟ ରେଳପଥ ଖୋର୍ଦ୍ଧା ର ମିଳିତ ଆନୁକୂଲ୍ୟରେ ମାଗଣା ପାନୀୟ ଜଳ ବୋତଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଆସ୍ପର ଅନୁଷ୍ଠାନର ସଂପାଦିକା ଶ୍ରୀମତୀ ଶିବାନୀ ଦେବୀ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଅନୁଷ୍ଠାନ ତରଫରୁ “ଜଳ ହିଁ ଜୀବନ ” କୁ ଆଧାର କରି ପ୍ରତିବର୍ଷ ପରି ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କୁ ନିଶୁଳ୍କ ପାନୀୟ ଜଳ ବଣ୍ଟନ କରାଯାଇ ଥିଲା |କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥ ଖୋର୍ଦ୍ଧା ଶାଖା ର ପଦାଧିକାରୀ ଅନିଲ କୁମାର, ଶୁଖରାମ ହୋରୋ ଉପସ୍ଥିତ ରହି ଉଦଘାଟନ କରିଥିଲେ |କାର୍ଯ୍ୟକ୍ରମରେ ଭାରତୀୟ ମାନକ ବ୍ୟୁରୋ ଭାରତ ସରକାର ର ରଜନୀ ପାୱାର ସାହୁ ଏବଂ ସମାଜସେବୀ ଅନୁଷ୍ଠାନ ଆସ୍ପର ର ସ୍ନିଗ୍ଧା ପଟ୍ଟନାୟକ,ଦୀପକ ସାହୁ, ଦିଲ୍ଲୀପ ନାୟକ, ଅଶୋକ ସାହୁ,ଆଦିତ୍ୟ ମହାନ୍ତି ପ୍ରମୁଖ ରହି ପରିଚାଳନା ରେ ସହଯୋଗ କରିଥିଲେ |

SPREAD YOUR LOVE WITH YOUR FRIENDS AND FAMILY