Home / ସାମାଜିକ / ପୁରୀରେ ଜଗତଗୁରୁ ଶ୍ରୀରାମାନୁଜା ଚାର୍ଯ୍ୟଙ୍କ ୧00୯ ତମ ଜୟନ୍ତୀ ମହୋତ୍ସବ ପାଳିତ 

ପୁରୀରେ ଜଗତଗୁରୁ ଶ୍ରୀରାମାନୁଜା ଚାର୍ଯ୍ୟଙ୍କ ୧00୯ ତମ ଜୟନ୍ତୀ ମହୋତ୍ସବ ପାଳିତ 

screenshot 20250502 212006

 ପୁରୀ : ୨/୦୫/୨୦୨୫- ନି:ପ୍ର- ଶ୍ରୀରାମଚନ୍ଦ୍ର ସ୍ୱାମୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ପ୍ରଭୁ ଲୋକନାଥ ମନ୍ଦିର ନିକଟସ୍ଥ ଥାନପତି ଆଶ୍ରମ ତିରୁପତି ଭେଙ୍କଟେଶ ବାଲାଜୀ ମନ୍ଦିର ପରିସରରେ ଟ୍ରଷ୍ଟ ର ଅଧ୍ୟକ୍ଷ ଜିୟର ସ୍ୱାମୀ ମଠର ମହନ୍ତ ସ୍ୱାମୀ ଇନ୍ଦିରା ରମଣ ରାମାନୁଜ ଦାସଙ୍କ ମାର୍ଗଦର୍ଶନ ରେ ଜଗତଗୁରୁ ଶ୍ରୀ ରାମାନୁଜା ଚାର୍ଯ୍ୟଙ୍କ ୧00୯ ତମ ଜୟନ୍ତୀ ମହୋତ୍ସବ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଯାଇଛି|ଏହି ପରିପ୍ରେକ୍ଷୀରେ ଭାରତ ବର୍ଷ ର ବିଭିନ୍ନ ରାଜ୍ୟରୁ ଜଗତଗୁରୁ, ସାଧୁ ସନ୍ଥ, ଆଚାର୍ଯ୍ୟ ଙ୍କ ସମେତ ୧୬00 ରୁ ଶିଷ୍ୟ ସାମିଲ ହୋଇଥିଲେ|

1001082161

ଟ୍ରଷ୍ଟର ସଦସ୍ୟ ମହନ୍ତ ଡ଼ ବିଜୟ ନାରାୟଣ ରାମାନୁଜ ଦାସ ଙ୍କ ମଞ୍ଚ ସଂଚାଳନା ରେ ଆୟୋଜିତ ମହୋତ୍ସବକୁ ଟ୍ରଷ୍ଟ ର ଅଧ୍ୟକ୍ଷ ମହନ୍ତ ସ୍ୱାମୀ ଇନ୍ଦିରା ରମଣ ରାମାନୁଜ ଦାସଜୀ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ|ବିହାର ବକ୍ସରରୁ ଆସିଥିବା ତ୍ରିଦଣ୍ଡି ଶ୍ରୀ ଲଷ୍ମୀ ପ୍ରପନ୍ନା ମହାରାଜ ଜୀ ଅଧ୍ୟକ୍ଷତା କରିଥିଲେ|ମୁଖ୍ୟ ଅତିଥି ରୂପେ ଉତ୍ତର ତୋତାଦ୍ରୀ ଅଯୋଧ୍ୟା ର ଜଗତଗୁରୁ ସ୍ୱାମୀ ଶ୍ରୀ ଅନନ୍ତ ଆଚାର୍ଯ୍ୟ ଜୀ ମୁଖ୍ୟ ଅତିଥି, ବୃନ୍ଦାବନ ର ସ୍ୱାମୀ ଶ୍ରୀ ରାମ ପ୍ରପନ୍ନା ଆଚାର୍ଯ୍ୟ ଜୀ, ଜଗତଗୁରୁ ରାମାନୁଜା ଚାର୍ଯ୍ୟ ଅଯୋଧ୍ୟା ନାଥ ଜୀ, ଉଦ୍ଧବ ପ୍ରପନ୍ନାଚାର୍ଯ୍ୟ ଜୀ, ଶ୍ରୀଚତୁର୍ଭୁଜା ଚାର୍ଯ୍ୟ ଜୀ ମହାରାଜ, ସଂମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା ବେଳେ ପୁରୀର ଉତ୍ତର ପାର୍ଶ୍ୱ ମଠର ମହନ୍ତ ନାରାୟଣ ରାମାନୁଜ ଦାସ, ଦକ୍ଷିଣ ପାର୍ଶ୍ୱ, ସମାଧି ମଠର ମହନ୍ତ, ସିଦ୍ଧ ମଠର ମହନ୍ତ, ନେବଳ ଦାସ ମଠର ମହନ୍ତ, ବଳରାମ କୋଟ ମଠର ମହନ୍ତ, ରାଧେଶ୍ୟାମ ମଠର ମହନ୍ତ ସୁବଳ ଚରଣ ଦାସ, ରାଧାକାନ୍ତ ମଠର ମହନ୍ତ, ରାଧାବଲ୍ଲଭ ମଠର ମହନ୍ତ ରାମକୃଷ୍ଣ ଦାସ ଜୀ ମହାରାଜ, ସିଦ୍ଧ ବକୁଳ ମଠର ମହନ୍ତ, ମହିପ୍ରକାଶ ମଠର ମହନ୍ତ ଶୁଭାନନ୍ଦ ପୁରୀ ପ୍ରମୁଖ ଉଦବୋଧନ ଦେଇ ଜଗତଗୁରୁ ଭାଗବତ ପାଦ ଶ୍ରୀରାମାନୁଜା ଚାର୍ଯ୍ୟଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ|

1001082191

ଏହି ଅବସରରେ ଓଡିଶା ର ବିଶିଷ୍ଟ ବିଦ୍ୱାନ ଓ ପ୍ରତିଷ୍ଠିତ ବ୍ୟକ୍ତି ରୂପେ କବି ବଦ୍ରି ମିଶ୍ର, ଉତ୍କଳ ବିଦ୍ବତ ପରିଷଦ ର ଅଧ୍ୟକ୍ଷ ମନୋଜ ରଥ, ଗୋବିନ୍ଦ ଗୋଧାମ ଗୋଶାଳା ର ପ୍ରତିଷ୍ଠାତା ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା,ଆପଣ ଙ୍କ ସେବାରେ ସେବା ଅନୁଷ୍ଠାନ ର ଜିତେନ୍ଦ୍ର ମହାପାତ୍ର, ଜଗନ୍ନାଥ ସଂସ୍କୃତି ଗବେଷକ ଡ଼ ଭାସ୍କର ମିଶ୍ର, ଓଡିଶା ଐତିହ ସୁରକ୍ଷା ପରିଷଦ ର ଦେବୀ ପ୍ରସନ୍ନ ନନ୍ଦ, ମହେଶ ସାହୁ, ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ, ପ୍ରଫେସର ପ୍ୟାରୀମୋହନ ପଟ୍ଟନାୟକ ପ୍ରମୁଖ ମଂଚାସୀନ ରହି ରାମାନୁଜ ଙ୍କ ତତ୍ୱ ଓ ଶ୍ରୀକ୍ଷେତ୍ର ପୁରୀ ସହିତ ସମ୍ପର୍କ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ|ମହୋତ୍ସବ ରେ ରାମାନୁଜ ଙ୍କ ସମ୍ପର୍କିତ ସ୍ମରଣିକା ଓଡ଼ିଆ ଓ ହିନ୍ଦୀ ରେ ଉନ୍ମୋଚନ ହୋଇଥିଲା|ମଞ୍ଚରେ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଜଗତଗୁରୁ ଙ୍କ ଦ୍ୱାରା ସଂମ୍ମାନିତ କରାଯାଇଥିଲା

ମହୋତ୍ସବ ଅବସରରେ ଭୁବନେଶ୍ୱର ହାଇ ଟେକ ମେଡିକାଲ କଲେଜ ଓ ହସ୍ପିଟାଲ ସହଯୋଗ ରେ ଏକ ଚିକିତ୍ସା ଶିବିର ଆୟୋଜିତ ହୋଇ ୧୩00 ରୁ ଉର୍ଦ୍ଧ ବ୍ୟକ୍ତି ଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା|ସନ୍ଧ୍ୟା ସମୟରେ ଜିୟର ସ୍ୱାମୀ ମଠ ଠାରୁ ଶ୍ରୀରାମାନୁଜା ଚାର୍ଯ୍ୟ ଙ୍କ ବିଶାଳ ଶୋଭାଯାତ୍ରା ଶ୍ରୀମନ୍ଦିର ପରିକ୍ରମା କରିଥିଲେ|ଏହି କାର୍ଯ୍ୟକ୍ରମ କୁ ପରିଚାଳନା ଟ୍ରଷ୍ଟ ର ସଦସ୍ୟ ସୁଦର୍ଶନ ରାମାନୁଜା ଦାସ, ସୁରେଶ ଶର୍ମା, ରମେଶ ଶର୍ମା, କମଲ ଟେବ୍ରିବାଲ ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ସହଯୋଗ କରିଥିଲେ |

whatsapp image 2025 05 03 at 14.00.29 d2214971

SPREAD YOUR LOVE WITH YOUR FRIENDS AND FAMILY