Home / ମୁଖ୍ୟ ଖବର / ଅଲମ୍ପିକ୍ସ ରୁ ଆରମ୍ଭ ହେଲା ପ୍ରେମ ଖେଳ ସରିଲେ ହେବ ବାହାଘର

ଅଲମ୍ପିକ୍ସ ରୁ ଆରମ୍ଭ ହେଲା ପ୍ରେମ ଖେଳ ସରିଲେ ହେବ ବାହାଘର

ol love

ପ୍ୟାରିସ: ୨୭.୭.୨୪-ଶାଶ୍ଵତ ଟିଭି- ଫ୍ରାନ୍ସ ରାଜଧାନୀରେ ପ୍ୟାରିସରେ ଆରମ୍ଭ ହୋଇଛି ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଅଲମ୍ପିକ୍ସ – ୨୦୨୪। ଜୁଲାଇ ୨୬ ତାରିଖ ରୁ ଆରମ୍ଭ ହୋଇ ୪ ସପ୍ତାହ ଧରି ଅଗଷ୍ଟ ୧୧ ଯାଏଁ ଅଲିମ୍ପିକ୍ସ ଆୟୋଜିତ ହେବ।  ଏଥିରେ ୧୦ ହଜାର ୫ଶହ ଆଥଲେଟ୍ ଭାଗ ନେଉଛନ୍ତି। ଭାରତରୁ ଭାଗ ନେଉଛନ୍ତି ୧୧୭ ଜଣିଆ ଦଳ ଏଥିରେ ଅଂଶଗ୍ରହଣ କରିବେ। ସେଥିରେ ୪୭ ଜଣ ମହିଳା ଓ ୭୦ ପୁରୁଷ କ୍ରୀଡ଼ାବିତ୍ ଅଛନ୍ତି ।

ol love1

ପ୍ୟାରିସ ଅଲମ୍ପିକ୍ସ ଆରମ୍ଭରୁ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ, ଆର୍ଜେଣ୍ଟିନା ପୁରୁଷ ହ୍ୟାଣ୍ଡବଲ ଖେଳାଳୀ ପେବଲୋ ସିମୋନେଟ ନିଜ ଦେଶର ମହିଳା ହକି ଖେଳାଳୀ ମାରିଆ କେମ୍ପୋଇ କୁ ନିଜର ଭଲ ପାଇବା ଜାହିର କରି ସମସ୍ତଙ୍କ ସମ୍ମୁଖରେ ଏକ ହୀରା ମୁଦି ପିନ୍ଧାଇ ପ୍ରେମ ନିବେଦନ କରିଛନ୍ତି । ଏବଂ ଅଲମ୍ପିକ୍ସ ଖେଳ ସରିବା ପରେ ଉଭୟ ବିବାହ କରିବେ ବୋଲି ଜଣାପଡିଛି।

ଉଦଘାଟନୀ ସମାରୋହରେ ଭାରତୀୟ କ୍ରୀଡାବିତ୍ ମାନେ ପାରମ୍ପରିକ ପୋଷାକ ପିନ୍ଧି ପ୍ୟାରେଟ ରେ ସାମିଲ୍ ହେଇଥିଲେ। ଏହାର ନେତୃତ୍ୱ ନେଇଥିଲେ ଟେବୁଲ୍ ଟେନିସ୍ ଲିଜେଣ୍ଡ ଅଚନ୍ତା ଶରତ କମଳ ଏବଂ ଷ୍ଟାର୍ ବ୍ୟାଡମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ।

SPREAD YOUR LOVE WITH YOUR FRIENDS AND FAMILY