କାକଟପୁର (ତୁଷାର ଦୀକ୍ଷିତ ) ତା ୧୫/୮, ପୁରୀଜିଲ୍ଲା କାକଟପୁର ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ ୭୮ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି l ଆଜି ସକାଳ ୭ ଘଟିକା ସମୟରେ କାକଟପୁର ଉଚ୍ଚ ବିଦ୍ୟାଳୟ, କାକଟପୁର ନୋଡାଲ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ, ରାମକୃଷ୍ଣ ଶିଶୁ ମନ୍ଦିର, ସରସ୍ବତୀ ଶିଶୁ ମନ୍ଦିର, ଯାହାନ ପବ୍ଲିକ ସ୍କୁଲ, କେବିଏମ କିଡ୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ମାନେ ବଜାର ପରିକ୍ରମା କରିବା ସହିତ ପ୍ରଭାତ ଫେରି କରିଥିଲେ l ସେହିପରି କାକଟପୁର ତହସିଲ ଏବଂ ମା ମଙ୍ଗଳା ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟରେ ତହସିଲଦାର ଅଙ୍କିତା ଅନିନ୍ଦିତା, କାକଟପୁର ବ୍ଲକ ରେ ବିଡ଼ିଓ ବିଷ୍ଣୁ ଗୋବିନ୍ଦ, କାକଟପୁର ଥାନାରେ ଆଇଆଇସି ବିଜୟ କେତନ ବେହେରା, କାକଟପୁର ପ୍ରେସ କ୍ଲବରେ ପ୍ରେସ କ୍ଲବ ସଭାପତି କମଳ ଲୋଚନ ଦୀକ୍ଷିତ, ମା ମଙ୍ଗଳା ଅଟୋ ଆସୋସିଏସନ ରେ ଥାନା ଆଇଆଇସି ଶ୍ରୀ ବେହେରା ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ l ସକାଳୁ ସକାଳୁ ପ୍ରବଳ ବର୍ଷା ସତ୍ୱେ ଛାତ୍ରଛାତ୍ରୀ ମାନେ ଦେଶର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ନାମରେ ନାରାଦେଇ ବଜାର ପରିକ୍ରମା କରିଥିଲେ l
କାକଟପୁରରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ,
No Comments
August 16, 2024 1:21 am

Previous Article
Next Article

ସାହିତ୍ୟିକ ଡା ଲକ୍ଷ୍ମଣ ବେହେରାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓ ପୁସ୍ତକ ଉନ୍ମୋଚନ ସଭାସାହିକ ଡା ଲକ୍ଷ୍ମଣ ବେହେରାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓ ପୁସ୍ତକ ଉନ୍ମୋଚନ ସଭା
ଅବସରପ୍ରାପ୍ତ ସୈନିକଙ୍କ ନେତୃତ୍ୱରେ ତ୍ରିରଙ୍ଗା ଯାତ୍ରା









