୧୬/୧୧/୨୦୨୫- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ସକାଳ ୧୦ ଘଟିକା ସମୟ ରେ ପୁରୀ ସ୍ତିଟ ହରିହରାନନ୍ଦ ଗୁରୁକୂଳମ ,ପ୍ରଜ୍ଞାନ ମିଶନ ପକ୍ଷରୁ ବ୍ଲକ ସ୍ତରୀୟ ଶ୍ରୀମଦ୍ ଭଗବତ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି,ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ଅଞ୍ଚଳର ଅନେକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପ୍ରଥମେ ଛାତ୍ର ଛାତ୍ରୀଙ୍କ ନାମ ପଞ୍ଜି କରଣ କରଯାଇଥିଲା ତା ପରେ ଏମାନଙ୍କ ମଧ୍ୟରେ କ, ଖ ,ଗ ଶ୍ରେଣୀ ଅନୁଯାଇ କରାଯିବ ପରେ ପୂର୍ବ ସୂଚନା ମୁତାବକ ଶ୍ରୀମଦ୍ ଭଗବତ୍ ଗୀତାର ପଞ୍ଚମ ଅଧ୍ୟାୟ “କର୍ମସନ୍ୟାସ ଯୋଗ ” ଆବୃତ୍ତି ପ୍ରତିଯୋଗିତା କରାଯାଇଥିଲା ।ଏଥିରେ ଶିଶୁ ବର୍ଗ “କ “ଗ୍ରୁପ ରେ ଗୋପାଳପୁର ପାଟଣା ସ୍କୁଲ ର ସ୍ନେହମୟୀ ମାହାନ୍ତି ପ୍ରଥମ ସ୍ଥାନ, ସରସ୍ୱତୀ ଶିଶୁ ମନ୍ଦିର, ସାକ୍ଷୀଗୋପାଳ ର ସ୍ଵଂୟ ପ୍ରକାଶ ରଥ ଦୁତିୟ ସ୍ଥାନ କରିଥିବା ବେଳେ ବାଲ ବର୍ଗ ” ଖ” ଗ୍ରୁପ୍ ରେ ସରସ୍ଵତୀ ଶିଶୁ ମନ୍ଦିର ସାକ୍ଷୀଗୋପାଳ ର ଅଭିଷ୍ପା ପ୍ରଧାନ ପ୍ରଥମ ସ୍ଥାନ,ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ର ଶୁଭଶ୍ରୀ,ଓ ସାଇ ସ୍ମାରକୀ ନାୟକ ଦ୍ୱିତୀୟ,ତୃତୀୟ ସ୍ଥାନ ଅଧିଗ୍ରହଣ କରିଥିଲେ ,ସେହିପରି ଗ୍ରୁପ୍ “ଗ”କିଶୋର ବର୍ଗ ର ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଓମ୍ ପ୍ରକାଶ ଦାସ,ଅଭିଜିତ ମହାରଣା ,ଅମନ୍ ଦାସ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରଜ୍ଞାନା ନନ୍ଦ ମହାରାଜ ,ଦିବ୍ୟଂଶୁ ପ୍ରକାଶ ଦାସ, କ୍ରିଷ୍ଣପ୍ରିୟା ଦାସ ଅତିଥି ରୂପେ ଯୋଗ ଦେଇ ପିଲା ମାନଙ୍କୁ ପୁରସ୍କୃତ କରିଥଲେ ।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ବସନ୍ତ କୁମାର ସ୍ୱାଇଁ, ଆଇନଜୀବୀ ସୁଶାନ୍ତ କୁମାର ରଥ ଆଦି ସହଯୋଗ କରିଥିଲେ।











